News
lipub
samparksetu

ଢେଙ୍କାନାଳ ରେ ଟାଟା ଓଡ଼ିଶା ହକି ତରଫରୁ ଏକ ଗ୍ରାସରୁଟ ସେଣ୍ଟର ଉଦଘାଟିତ

ଢେଙ୍କାନାଳ ଜିଲ୍ଲାରେ ଟାଟା ଓଡ଼ିଶା ହକି ତରଫରୁ ଏକ ଗ୍ରାସରୁଟ ସେଣ୍ଟର ଉଦଘାଟିତ ହୋଇଛି। ଏହା ଦ୍ବାରା ଜିଲ୍ଲାରେ ହକିର ଉନ୍ନତି ହେବା ସହିତ ଖେଳାଳି ମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଓ କ୍ରୀଡ଼ା ସାମଗ୍ରୀ ମିଳି ପାରିବ।

ଭୂବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରଶିକ୍ଷଣ ପାଇଁ ଏକ ଉନ୍ନତ ମାନର ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ପ୍ରଶିକ୍ଷଣ ହକି ଖେଳାଳୀ ପ୍ରସ୍ତୁତ ଓ ଚୟନ କରିବା ଏହି ଗ୍ରାସରୁଟ ସେଣ୍ଟରର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାର ଏହି କେନ୍ଦ୍ର କାର୍ଯ୍ୟ କରୁଛି। ଆଜି ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ ଏହାର ଶୁଭାରମ୍ଭ ହୋଇଛି। ଏହି କେନ୍ଦ୍ର ସ୍ଥାନୀୟ ହକି ଖେଳାଳୀ ମାନଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଛି।

new life
You might also like
error: Content is protected !!