News
lipub
samparksetu

ଋଣ ସୁଝି ନପାରି ଗଛରେ ଝୁଲିପଡ଼ିଲେ

ଋଣ ଯନ୍ତାରେ ଭାରାକ୍ରାନ୍ତ ଜଣେ ବ୍ୟକ୍ତି ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସଂପୃକ୍ତ ବ୍ୟକ୍ତି ଚାଷ ଓ ଗୋ ବ୍ୟବସାୟ ନିମନ୍ତେ ଋଣ କରିଥିଲେ। କିନ୍ତୁ ଋଣ ସୁଝି ନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଚାଷୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗ ମହୁଲପାଳ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ । ବ୍ରହ୍ମପୁର ଗ୍ରାମର ଅଶୋକ କୁମାର ଆଚାର୍ଯ୍ୟ ପରିବା ଚାଷ ସହିତ ଗୋ ପାଳନ ଓ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି ।

ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ସୁଖଦୁଃଖର ସଂସାର । ଚଳିତ ବର୍ଷ ଦୁଇ ଲକ୍ଷରୁ ଅଧିକ ଗୃପ ଋଣ କରିଥିଲେ ଅଶୋକ । କିନ୍ତୁ ଏଥର ଚାଷ ଓ ବ୍ଯବସାୟରୁ ସୁଫଳ ମିଳିନଥିଲା । ଯାହାଫଳରେ କି ଋଣ କରିଥିବା ଟଙ୍କା ସୁଝିବା କଷ୍ଟକର ହୋଇପଡିଲା । ଶେଷରେ ଗତକାଲି ରାତ୍ରି ଦଶ ଘଟିକା ସମୟରେ ଖାଇପିଇ ଘରୁ ପଳାଇଯାଇଥିଲେ । ଆଜି ସକାଳେ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ପଠା ଏକ ଲିମ୍ବ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି ।

new life
You might also like
error: Content is protected !!