ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅର୍ନ୍ତଗତ କଙ୍କାଳୁ ମହାତଳା କେନ୍ଦୁପଲ୍ଲୀ ଛକରେ ଅଘଟଣ। ଆଜି ସକାଳ ପ୍ରାୟ ୮:୩୦ ସମୟରେ ଗାଁର ୭୦ ବର୍ଷୀୟ ବୃଦ୍ଧା ମହାରାଣୀ ନାଏକ ନିଜର ଛେଳି ଫିଟାଇବାକୁ ଯିବା ବେଳେ ଉପରେ ଯାଇଥିବା ୨୧ କେଭି ବିଦ୍ୟୁତ୍ ତାର ଛିଡି ବୃଦ୍ଧାଙ୍କ ଉପରେ ପଡ଼ିଯାଇଥିଲା।
ଫଳରେ ଘଟଣା ସ୍ଥଳରେ ୩ଟି ଛେଳି ପୋଡ଼ି ଜଳିଯାଇଥିବା ବେଳେ ବୃଦ୍ଧା ଜଣକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।ଘଟଣା ଘଟିବାର ୩ ଘଣ୍ଟାରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଏବଂ ପୋଲିସ୍ ପହଞ୍ଚି ନଥିଲେ। ଉତ୍ୟକ୍ତ ଲୋକମାନେ ଗୁଳେହି-ନିମବାହାଳି ରାସ୍ତାର କେନ୍ଦୁପଲ୍ଲୀ ଛକ ନିକଟରେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ।
