News
lipub
samparksetu

କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ନିମନ୍ତେ ଜିଲ୍ଲା ଭାରତୀୟ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ମାଧ୍ୟମରେ ଦାବି

ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁଁ ଧାନ ଫସଲ କରିଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ପାଇଁ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡି ସହାୟତା ଘୋଷଣା କରିବା ସହ ବିକଳ୍ପ ଚାଷ ପାଇଁ ମାଗଣାରେ ବିହନ, ସାର ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି।

କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ କରାଯାଇ ମରୁଡି ସହାୟତା ଭରଣା କରାନଗଲେ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ କରିବ ବୋଲି ସଭାପତି ସୂଚନା ଦେଇଛନ୍ତି। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଶ୍ରୀ ପ୍ରଭୁଦତ ଭଟ, ନଗର କଂଗ୍ରେସ ର ପୂର୍ବତନ ସଭାପତି ଦୁଃଶାସନ ସାହୁ, ଆଇନଜୀବୀ ସୁଧାଂଶୁ ରଞ୍ଜନ ବରାଳ, ସାନ୍ତନୁ ଶତପଥୀ (ଚାଷୀ), ଅଭୟ କୁମାର ମହାପାତ୍ର (ଚାଷୀ) ପ୍ରମୁଖ ଉପସ୍ଥିତ ଥିଲେ।

new life
You might also like
error: Content is protected !!