News
lipub
samparksetu

ଅସରାଏ ବର୍ଷାରେ ଗୋଟିଏ ୱାର୍ଡର ଏକ କିଲୋମିଟର ରାସ୍ତା ପାଣିରେ ଉବୁଟୁବୁ

ଆଜି ସନ୍ଧ୍ୟାରେ ଅସରାଏ ବର୍ଷାରେ ଢେଙ୍କାନାଳ ପୌରାଞ୍ଚଳର ୧୩ ନଂ ୱାର୍ଡ଼ର ପ୍ରାୟ ଏକ କିଲୋମିଟର ରାସ୍ତା ଉପରେ କୁମ୍ଭାର ସାହି ଠାରୁ କଇଁଥ ପୋଲିଆ ପର୍ଯ୍ୟନ୍ତ ପାଣି ଘେରରେ ରହିଥିଲା ।

ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ସ୍ଥାନୀୟ ବାସିନ୍ଦା ମାନେ ଏଥିରୁ ବଞ୍ଚିବା ପାଇଁ ପ୍ରଶାସନକୁ ଗୁହାରି କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ଡ୍ରେନ ଗୁଡିକ ସଫା ନହେବାରୁ ପାଣି ନିଷ୍କାସିତ ହୋଇପାରୁନାହିଁ । ପ୍ରତ୍ୟେକ ବର୍ଷ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ପିଲା ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଯାନ ବାହାନ ଯାତାୟାତ କରିପାରୁନାହିଁ । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାପାଇଁ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି ।

new life
You might also like
error: Content is protected !!