News
lipub
samparksetu

ଆମ ପ୍ରଭାବ ; ମହୁଲଖୋଳୀ ର ତିନି ଦିବ୍ଯାଙ୍ଗ ଙ୍କ ପାଖରେ ପହଁଚିଲା ସହାୟତା ; ଭତ୍ତା କରାଇଦେବାକୁ ସରପଞ୍ଚ ଦେଲେ ପ୍ରତିଶ୍ରୁତି

ଜଣେ ନୁହେଁ ତିନି ତିନି ଜଣ ଅସହାୟ ଅଛନ୍ତି ଗୋଟିଏ ଗାଁରେ ଯେଉଁ ମାନଙ୍କ ନିକଟରେ ନା ପ୍ରଶାସନ ପହଁଞ୍ଚି ପାରିଛି ନା ଏମାନେ ପ୍ରଶାସନ ନିକଟରେ ପହଁଞ୍ଚି ପାରିଛନ୍ତି! ଯାହାର ଖବର ଆମେ ଜୁନ ୨୮ ତାରିଖ ଦିନ ପ୍ରକାଶ କରିଥିଲୁ । ତେବେ ଖବର ପ୍ରକାଶ ପରେ ଆଜି ସମାଜସେବୀ ଶୁଭ ପ୍ରସାଦ ପଣ୍ଡା ଓ ରଞ୍ଜନ ନାୟକ ନିଜ ଟିମ ସହ ମହୁଲଖୋଳୀ ଗ୍ରାମରେ ପହଁଚି ତାଙ୍କୁ କିଛି ରାସନ ଯୋଗାଇବା ସହ ସରପଞ୍ଚ ଙ୍କ ସହ କଥା କରାଇଥିଲେ , ତେବେ ସରପଞ୍ଚ ଏହି ୩ ଦିବ୍ଯାଙ୍ଗ ଙ୍କ ଭତ୍ତା ଯଥାଶୀଘ୍ର କରାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପୂର୍ବରୁ ପ୍ରକାଶିତ ଖବର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦେଓଗାଁ ପଞ୍ଚାୟତର ମହୁଲଖୋଳୀ ଗାଁର ରହିଛନ୍ତି ଏହି ତିନି ଦିବ୍ଯାଙ୍ଗ। ଗଗନ ଦେହୁରୀ ପିତା ଦୁର୍ଯୋଧନ ଦେହୁରୀ ଜନ୍ମରୁ ଦୃଷ୍ଟି ଶକ୍ତି ହରାଇ ଛନ୍ତି। ସେହିପରି ଆଉ ଜଣେ ହେଉଛନ୍ତି ଝରଣା ଦେହୁରୀ। ବୟସ ୨୦ ପରି ହେବ। ଜନ୍ମରୁ ମାନସିକ ବିକୃତି। ଗଗନ ଓ ଝରଣା ପରି ଆଉ ଜଣେ ହେଉଛନ୍ତି ସୁଲୁରୀ ଘଡେ଼ଇ। ଆଧାର ଅନୁସାରେ ବୟସ ୪୫ କିନ୍ତୁ ପ୍ରକୃତରେ ତାହା ଠାରୁ ଅଧିକ ହେବ ଅନୁମାନ। ସୁଲୁରୀଙ୍କୁ ରାତି ହେଲେ ଦେଖା ଯାଏ ନାହିଁ।

new life
You might also like
error: Content is protected !!