News
lipub
samparksetu

ଝାଟିମାଟି ଘରେ ତେଲ ଲୁଣ ର ସଂସାର ଚଳାଇଛନ୍ତି ବିଦୁଲତା

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମଯୋଡି ପଞ୍ଚାୟତ ନୂଆମହୁଲିର ବିଦୁଲତା ବିଶ୍ବାଳ ବୟସ ୪୨ବର୍ଷ। ସ୍ବାମୀ ସୁବାସ ବିଶ୍ବାଳ ଜଣେ ସ୍ବାଶ ରୋଗୀ। ଜମିବାଡ଼ି କହିଲେ ସେମିତି କିଛି ନାହିଁ। ଯାହା କିଛି ଅଛି ବହୁ କଷ୍ଟରେ ପରିବାର ଭରଣପୋଷଣ କରନ୍ତି। ରୋଗ ପାଇଁ କାମଧନ୍ଦା ବେଶୀ କରି ପାରନ୍ତି ନାହିଁ ସୁବାସ।

ତେଣୁ ପରିବାର ବୋଝ ବିଦୁଲତାଙ୍କ ଉପରେ ଅଧିକ। ଘର ଖଣ୍ଡିଏ ନାହିଁ ବୋଲି ଚାଳଘର ଖଣ୍ଡିଏ ରେ ରହୁଛନ୍ତି ତାଙ୍କ ପରିବାର। ତାଙ୍କୁ ଏକ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ଏ ସମ୍ପର୍କରେ ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପରେ ସେ ଯଥା ସମ୍ଭବ ପଦକ୍ଷେପ ନେବା ପାଇଁ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!