News
lipub
samparksetu

୩ ବର୍ଷ ହେବ ବ୍ଳକ ଅଫିସ ଧାଇଁ ଧାଇଁ ଆଜି ଯାଏଁ ଶୈଳବାଳା ଙ୍କୁ ମିଳିଲା ନାହିଁ ବିଧବା ଭତ୍ତା

ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଗଲା। ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି। ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରହୁଛନ୍ତି।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ ଗୋବିନ୍ଦପ୍ରସାଦ ଗାଁ ର ସ୍ବର୍ଗତ କହ୍ନେଇ ସାମଲଙ୍କ ପତ୍ନୀ ଶୈଳବାଳା ସାମଲ ବିଧବା ଭତ୍ତା ଟିଏ ପାଇଁ ଅନେକ ଥର ଦରଖାସ୍ତ ଫର୍ମ ଦାଖଲ କଲେଣି ହେଲେ ତାହା ରଦ୍ଦି କାଗଜରେ ପରିଣତ ହୋଇଛି।

ନେତାଙ୍କ ଠାରୁ ସରକାରୀ ବାବୁଙ୍କୁ ଗୁହାରି କରି ଥକି ଗଲେଣି ହେଲେ ତିନି ବର୍ଷ ହୋଇଗଲାଣି ବିଧବା ଭତ୍ତାଟି ହୋଇ ପାରୁ ନାହିଁ। ପ୍ରଶାସନକୁ ଅନୁରୋଧ ତୁରନ୍ତ ଏହି ଅସହାୟ ମହିଳାଙ୍କୁ ଭତ୍ତା ପ୍ରଦାନ କରାଯାଉ।

new life
You might also like
error: Content is protected !!