News
lipub
samparksetu

ଖବର ପ୍ରସାରଣ ପରେ ଠିକ ହେଲା ୨ ନଳକୂପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଏକ ମାସ ହେବ ଏକ ନଳକୂପ ଖରାପ ହୋଇ ପଡ଼ିଥିଲା ଯାହା ଫଳରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡ଼ହକ ବିକଳ ହେଉଥିଲେ , ଗ୍ରାମବାସୀ ଙ୍କ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ତେବେ ଏ ନେଇ ଢେଙ୍କାନାଳ ଅପଡେଟ ଖବର ପ୍ରସାରଣ ହୋଇଥିଲା ଖବର ପ୍ରସାରଣ ପରେ ଉକ୍ତ ନଳକୂପ କୁ ଠିକ କରିଛି ପ୍ରଶାସନ ।

ତେବେ ଗୋଟିଏ ନଳକୂପ ଠିକ ହେବାର ସପ୍ତାହେ ପରେ ଗ୍ରାମରେ ଥିବା ଆଉ ଏକ ନଳକୂପ ମଧ୍ୟ ଖରାପ ହୋଇପଡିଥିଲା ଯାହାର ଖବର ୧୩ ଫେବ୍ରୁଆରୀ ରେ ପ୍ରସାରଣ ହୋଇଥିଲା ତେବେ ଖବର ପ୍ରସାରଣ ପରେ ଉକ୍ତ ନଳକୂପ ଟିକୁ ୨ଦିନ ମଧ୍ୟରେ ଠିକ କରିଛି ପ୍ରଶାସନ ।

new life
You might also like
error: Content is protected !!