News
lipub
samparksetu

ବାଇ ଚଢେଇ ବସା

ତାଳ ଗଛର ବରଡା ପରେ
ବାଇ ଚଢେଇ ବସା
ନ ଥାଏ ଡର ନ ଥାଏ ଭୟ
ଆସୁରେ ଝଡ ବରଷା ।
ଆସୁରେ ଶୀତ କାକର ଖରା
ଲାଗି ରହୁରେ ବରଷା ଧାରା -୨
ନା ଥାଏ ତାର ଦକା ।
ତାଳ ଗଛର ବରଡା ପରେ …..।

କାଠି କୁଟାକୁ ଥଣ୍ଟରେ ଧରି
ଉଡି ଉଡିକା ଆସେ
ମନ ଉଲ୍ଲାସେ କେତେ ସରାଗେ
ବସା ତିଆରି କରି ବସେ ।
ଥଣ୍ଟଟି ତାର ଯାଦୁର ଘର
ପଡେନି କେବେ ଥକି
କର୍ମ ଚଞ୍ଚଳ କର୍ମଠବୀର
ଲକ୍ଷ୍ୟଟି ଚାବିକାଠି ।
ବରଷା ଆଗୁ ବସାଟି ତାର
ଗଢି ତୋଳଇ କରି ସୁନ୍ଦର ୨
ନା ଥାଏ ତାର ଶଙ୍କା ।

କି ସୁନ୍ଦର ବସାଟି ତାର
ଥାଏରେ ମନଲୋଭା
ଦେଖିଲେ ଆଖି ଯାଏରେ ଲାଖି
ଗଛର ବଢେ ଶୋଭା ।
ଗୋଟି ଗୋଟିକା ଅନେକ ବସା
ସିଏ ତିଆରି କରେ
ସବୁ ବସାର ସୌନ୍ଦର୍ଯ୍ଯ ଏତେ
ଯିଏ ଦେଖେ ସେ ଝୁରେ
କେତେ ସୁନ୍ଦର ବାଟ ତା ଥାଏ
ସେଇ ବାଟରେ ମୁହଁ ଦେଖାଏ -୨
ଲାଗେରେ ମନଲୋଭା ।

ଏତେ ସୁନ୍ଦର ବିନ୍ଧାଣୀ ସିଏ
ଦୁଇ ବରଡା ପତ୍ରେ
କି ଅଠା ସତେ ଦେଇ ତୋଳିଛି
ନା ସହଜେ ସିଏ ଛିଣ୍ଡେ
ଫୁରକିନା ଡେଣା ଝାଡି ସେ
ଉଡିଉଡିକା ଆସେ
ଘେରାଏ ପୁଣି ବୁଲି ଆସିଣ
ତା ଭିତରେ ପଶେ ।
ବାଇ ଚଢେଇର କ’ଣ ଯାଏ
ବାଆ କଲେ ବସା ଦୋହଲୁ ଥାଏ
ଗାଉଥାଏ ଗୀତ ଝୁଲିଝୁଲିକା ।
ସିଏ ତ ଦେଇଛି ବଢିଆ ଶିକ୍ଷା ।

new life
You might also like
error: Content is protected !!