News
lipub
samparksetu

ହୋଲି ପାଇଁ

ହୋଲି ଖେଳ ନୁହେଁ ଖାଲି ରଙ୍ଗ ବେରଙ୍ଗର
ହୋଲି ଏକ ଖେଳ ସିନା ସ୍ନେହ ସୌହାର୍ଦ୍ଦ୍ୟର
ହୋଲି ପୁଣି ସମାହାର ଅସୀମ ରଙ୍ଗର
ହୋଲି ବିତ ହୋଇପାରେ ପ୍ରତୀକ ପ୍ରୀତିର !

ହୋଲି କେବେ ନୁହେଁ ଏକ ଜାତି ବା ଧର୍ମର ହୋଲି ଅଟେ ସନାତନ ସର୍ବେ ଏକାକାର
ହୋଲି ତ ମିଲନସ୍ଥଳ ସମସ୍ତ ଧର୍ମର
ହୋଲି ବି ତ ହୋଇପାରେ ମିଳନ ସ୍ୱାକ୍ଷର !!

ହୋଲି ଅନ୍ତ କରିପାରେ ବିଭେଦ ଧର୍ମର
ହୋଲି ଅନ୍ତ କରିପାରେ ବିଭେଦ ଜାତିର
ହୋଲି ଅନ୍ତ କରିପାରେ ବିଭେଦ ମନର
ହୋଲି ଅନ୍ତ କରିପାରେ ବିଭେଦ ମହୀର !!!

ଆସ ଆଜି ହୋଲି ଖେଳି ସର୍ବେ ଆମେ ହୋଇଯିବା ମିତ
ସାମ୍ୟ, ମୈତ୍ରୀ,ପ୍ରୀତି ପାଇଁ ଗାଇଯିବା ମିଳନର ଗୀତ ।

new life
You might also like
error: Content is protected !!