News
lipub
samparksetu

ଗେହ୍ଲି ଙ୍କ ପାଇଁ ଆବାସ ସାତ ସପନ

ଗରିବ ବାସ ହରାଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚୁ ନାହିଁ ।

ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଦିଘୀ ପଞ୍ଚାୟତ କଇରାନାଳୀ ଗ୍ରାମର ଗେହ୍ଲି ମଳିକ ଙ୍କ କ୍ଷେତ୍ରରେ ।ବୟଷ ୭୦ ହେବ ସ୍ୱାମୀ ପରେ ପୁଆ ବୋହୁ ମଧ୍ୟ ଆର ପାରିରେ ପାଖରେ ଅଛି ୧୭ ବର୍ଷର ନାତି ଯିଏ ମୂଲ ଲାଗିଲେ ଘର ଚଳେ ।

ଗେହ୍ଲି ଙ୍କୁ ସରକାର ସହାୟତା କହିଲେ ଭତ୍ତା ଏବଂ ରାସନ ମିଳୁଛି ଯାହାକୁ ନେଇ କଷ୍ଟରେ ଜୀଵନ କାଟୁଛନ୍ତି ସେ । ଘର ଦେଖିଲେ ତାକୁ ଘର ନୁହେଁ ତ କୁଡିଆ କହିବେ ଯାହାକି ଭାଙ୍ଗି ଗଲାଣି ତାଟି ପଥର ଡେରି ବର୍ଷା ,ଶୀତ ,ଖରାରେ ମୁଣ୍ଡ ଗୁଞ୍ଜିଛନ୍ତି ଏହି ୨ ପ୍ରାଣୀ ।

ଅନେକ ଥର ସରପଞ୍ଚ ଏବଂ ଅଧିକାରୀଙ୍କ ପାଖରେ ଗୁହାରୀ କରିଛନ୍ତି କିନ୍ତୁ ଏବେ ଘର ଦିଆ ଯାଇ ପାରିବ ନାହିଁ ବୋଲି କହି କଥାକୁ ଏଡ଼ାଇ ଦିଅନ୍ତି ବୋଲି କୁହନ୍ତି ଗେହ୍ଲି। ଗେହ୍ଲିଙ୍କୁ ତୁରନ୍ତ ଏକ ଆବାସ ଯୋଜନାରେ ଘର ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।

new life
You might also like
error: Content is protected !!