News
lipub
samparksetu

ବଞ୍ଚି ଥାଉ ଥାଉ ଦିବ୍ଯାଙ୍ଗ ହିତାଧିକାରୀଙ୍କୁ ମୃତ କରିଦେଲେ ଯୋଗାଣ ବିଭାଗ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଗାଁ ର ଅଭିରାମ ଜେନା ,ଜନ୍ମରୁ ସେ ଦିବ୍ଯାଙ୍ଗ। ବୟସ ତାଙ୍କର ପଚାଶ। ଗରିବ ବଡ଼ ଭାଇଙ୍କ ସାହାର, ସାତ ଶହ ଟଙ୍କା ଦିବ୍ଯାଙ୍ଗ ଭତ୍ତା ଓ ରାସନ୍ କାର୍ଡ ମାଧ୍ୟମରେ ୫ କିଲୋ ଚାଉଳରେ ଆଜି ପର୍ଯ୍ୟନ୍ତ ବଞ୍ଚିଛନ୍ତି।

ବଡ଼ ଦୁର୍ଭାଗ୍ୟ ବିଷୟ ଗତ ଡିସେମ୍ବର ମାସ ଠାରୁ ଚାଉଳ ତାଙ୍କୁ ମିଳୁ ନାହିଁ। ସାମ୍ପ୍ରତିକ ମହାମାରୀ ସମୟରେ ସରକାର ମାଗଣାରେ ଦୁଇ ମାସର ରାସନ୍ ସାମଗ୍ରୀ ଦେବାକୁ ଘୋଷଣା କରିଥିଲେ ମଧ୍ୟ ଦିବ୍ଯାଙ୍ଗ ଅଭି ଏଥିରୁ ବଞ୍ଚିତ ହୋଇଛନ୍ତି। ଚାଉଳ କାହିଁକି ମିଳୁ ନାହିଁ ବୋଲି ଡିଲରଙ୍କୁ ପଚାରିବାରୁ ସାଂଘାତିକ କଥା ପଦାକୁ ଆସିଲା।

ଅଭିରାମ କୁଆଡେ ମୃତ୍ୟୁ ବରଣ କରିଛନ୍ତି। ଜଣେ ହିତାଧିକାରୀ ୭୦୦ ଟଙ୍କା ଭତ୍ତା ପାଉଥିବା ବେଳେ ଏ ସ୍ଥଳରେ କିପରି ମୃତ ହୋଇ ଗଲେ ତାହା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପ୍ରତି ପ୍ରଶ୍ନ ଉଠୁଛି। ଯୋଗାଣ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋଭାବ ବା କୌଣସି ଅବହେଳା ଯୋଗୁଁ ଏହି ତ୍ରୁଟି ହୋଇଥାଇ ପାରେ ବୋଲି ଅନୁମାନ।

ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅଭିରାମଙ୍କୁ ତୁରନ୍ତ ରାସନ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଭଳି ତୃଟି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ହେତୁ ବାରମ୍ବାର ତ୍ରୁଟି କରୁଛନ୍ତି।

new life
You might also like
error: Content is protected !!