News
lipub
samparksetu

ପାଣି ଟୋପାଏ ପାଇଁ ଡହଳ ବିକଳ ଗ୍ରାମବାସୀ

ପରଜଙ୍ଗ ବ୍ଳକ୍ ବାରିହାପୁର ଗ୍ରାମର ଚକ୍ରଧରପୁର ରେ ପାଣି ଟୋପାଏ ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଡହଳ ବିକଳ ହେଉ ଅଛନ୍ତି, ଏହି ଗ୍ରାମରେ ଦୁଇ ଗୋଟି ନଳକୂପ ଥିବା ବେଳେ ଗୋଟିଏ ରେ ବାରମ୍ବାର ଚେନ ଛିଡି ଖରାପ ହେଉ ଥିବା ବେଳେ ଅନ୍ୟ ନଳକୂପ ଟି ପାଇପ ଫାଟି ଅଚଳ ହୋଇ ପଡିଅଛି ।

ଯାହା ଫଳରେ ଲୋକ ମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉ ଅଛନ୍ତି, ବହୁଦିନ ଧରି ଦାବି ହୋଇ ଆସୁ ଅଛି ବସୁଧା ଯୋଜନା ରେ ଚକ୍ରଧରପୁର ଓ ଜଗନ୍ନାଥପୁର ଦୁଇ ଗୋଟି ଗ୍ରାମରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ହୋଇ ପାରିଲା ନାହିଁ, ଯାହା ଫଳରେ ଖରା ଦିନରେ ପାଣି ଟୋପାଏ ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉ ଅଛନ୍ତି, ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ ରଖିଛନ୍ତି ।

new life
You might also like
error: Content is protected !!