News
lipub
samparksetu

୬୫ କୋଟି ଟଙ୍କାର ରାସ୍ତା , ମାସ କେଇଟାରେ ଫାଟି ଆଁ !

କୋଟି କୋଟି ଟଙ୍କାର କାମ ମାସ କେଇଟାରେ ମାଟିରେ ମିଶିଗଲା ପରି ମନେହେଉଛି। ଠିକାଦାର କାମ କରି ପାର ହେଲେ ସାଧାରଣ ଜନତା ଭୋଗନ୍ତି ଦୁର୍ଦ୍ଦଶା। ଢେଙ୍କାନାଳ ଜିଲ୍ଲାର ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ନିକଟ ଅତୀତରେ ହୋଇଛି।

୧୫.୯୦୫ କିଲୋମିଟର ଏହି ରାସ୍ତା ୨୦୧୬ ମସିହାରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବାପରେ ନିକଟ ଅତୀତରେ ରାସ୍ତାର ଉନ୍ନତିକରଣ କାମ ହୋଇଛି। ଖୋଦ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଏ ରାସ୍ତା ଆସୁଛି। ରାସ୍ତାର ଟେଣ୍ଡର କାମ ଯାଜପୁର ଜିଲ୍ଲାର ଠିକା ସଂସ୍ଥାକୁ ମିଳିଥିଲା। ତେବେ ଏହି ଠିକା ସଂସ୍ଥା ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କୁ ନିୟୋଜିତ କରିଥିଲେ।

ରାସ୍ତାର ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ଆରମ୍ଭ ଦିନରୁ ବହୁତ ଅଭିଯୋଗ ହୋଇ ଆସୁଥିଲା। ତଥାପି ରାସ୍ତା କାମରେ କୌଣସି ଉନ୍ନତି ଦେଖାଯାଇ ନଥିଲା। ଏବେ ଏହି ରାସ୍ତାର ଉଭୟ ପାର୍ଶ୍ବରୁ ଅନେକ ସ୍ଥାନରେ ପିଚୁ ଫାଟି ଆଁ କଲାଣି। ଏହି ରାସ୍ତା ଉପରେ ଜିରାଳ, ମାର୍ଥାପୁର, ଦୀଘୀ, ବୁଢିବିଲି, ଭୈରପୁର, ବାଙ୍କୁଆଳ, ଜଗନ୍ନାଥ ପୁର, ମାଣିତ୍ରୀ ଓ ସାରୁଆଳି ପରି ପଞ୍ଚାୟତର ବାସିନ୍ଦା। ବ୍ଲକ ଅଫିସ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ ପାଇଁ ଏହି ଗୋଟିଏ ରାସ୍ତା। ଆନୁମାନିକ ୬୫ କୋଟି ଟଙ୍କାର କାମ, ଏବେ ଏହାର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

new life
You might also like
error: Content is protected !!