News
lipub
samparksetu

ଖବର ପ୍ରସାରଣ ପରେ ମହୁଲପାଳ- ଜିରାଳ ପୂର୍ତ୍ତ ବିଭାଗ ରାସ୍ତାରେ ଡଷ୍ଟ ମିକ୍ସିଚର ପକାଇ ଫାଟକୁ ଘୋଡାଇଲା ଠିକା ସଂସ୍ଥା !

ଖବର ପ୍ରସାରଣ ପରେ ମହୁଲପାଳ- ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ନିମ୍ନମାନର କାମକୁ ଘୋଡାଇବା ପାଇଁ ଠିକାଦାରଙ୍କ ପ୍ରୟାସ।

କୋଟି କୋଟି ଟଙ୍କାର କାମ ମାସ କେଇଟାରେ ମାଟିରେ ମିଶିଗଲା । ଠିକାଦାର କାମ କରି ପାର ହେଲେ ସାଧାରଣ ଜନତା ଭୋଗନ୍ତି ଦୁର୍ଦ୍ଦଶା। ଢେଙ୍କାନାଳ ଜିଲ୍ଲାର ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ନିକଟ ଅତୀତରେ ହୋଇଛି।

୧୫.୯୦୫ କିଲୋମିଟର ଏହି ରାସ୍ତା ୨୦୧୬ ମସିହାରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବାପରେ ନିକଟ ଅତୀତରେ ରାସ୍ତାର ଉନ୍ନତିକରଣ କାମ ହୋଇଛି। ଖୋଦ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଏ ରାସ୍ତା ଆସୁଛି। ରାସ୍ତାର ଟେଣ୍ଡର କାମ ଯାଜପୁର ଜିଲ୍ଲାର ଠିକା ସଂସ୍ଥାକୁ ମିଳିଥିଲା। ତେବେ ଏହି ଠିକା ସଂସ୍ଥା ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କୁ ନିୟୋଜିତ କରିଥିଲେ।

ରାସ୍ତାର ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ଆରମ୍ଭ ଦିନରୁ ବହୁତ ଅଭିଯୋଗ ହୋଇ ଆସୁଥିଲା। ତଥାପି ରାସ୍ତା କାମରେ କୌଣସି ଉନ୍ନତି ଦେଖାଯାଇ ନଥିଲା। ଏବେ ଏହି ରାସ୍ତାର ଉଭୟ ପାର୍ଶ୍ବରୁ ଅନେକ ସ୍ଥାନରେ ପିଚୁ ଫାଟି ଆଁ କଲାଣି।

ଏ ନେଇ ୨୯ ମେ ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା । ଏହି ରାସ୍ତାର ବିଭିନ୍ନ ସ୍ଥାନରେ ହୋଇଥିବା ଫାଟକୁ ଘୋଡାଇବା ପାଇଁ ଠିକା ସଂସ୍ଥା ଦ୍ୱାରା ଡଷ୍ଟ ମିକ୍ସିଚର ପକାଯାଇ ତାକୁ ସମତଳ କରାଯାଇଛି ତେବେ ଏହି ନିମ୍ନମାନର ରାସ୍ତାରେ ସୃଷ୍ଟି ହୋଇଥିବା ଫାଟକୁ ଡଷ୍ଟ ମିକ୍ସିଚର ରେ ସମତଳ କରିଦିଆ ହେଲା ସିନା କିନ୍ତୁ ଏହି ରାସ୍ତାର ସ୍ଥାୟୀତ୍ୱ କେତେ ତାହା ଦେଖିବାର ଅଛି ।

new life
You might also like
error: Content is protected !!