News
lipub
samparksetu

କାର୍ଯ୍ୟକ୍ଷମ ହେଲା ମେରାମଣ୍ଡଳୀ ବିଦ୍ୟୁତ ସବଷ୍ଟେସନ ; ଉପକୃତ ହେବେ ୧୨ ପଞ୍ଚାୟତର ଲୋକେ

ତାଳଚେର ବିଦ୍ୟୁତ୍ ଖଣ୍ଡ ଚାଇଁପାଳ ଅନ୍ତର୍ଗତ ମେରାମଣ୍ଡଳୀ ସେକ୍ସନର ୩୩\୧୧ କେଭିଏ ବିଦ୍ୟୁତ୍ ଗ୍ରୀଡ୍ ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହୋଇଛି ।

ମେରାମଣ୍ଡଳୀ ସେକ୍ସନରେ ବିଦ୍ୟୁତ୍ ସମସ୍ୟା ଜଟିଳ ଋପ ଧାରଣ କରିଥିଲା ଲୋ ଭୋଲ୍-ଟେଜ୍ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିପକାଇଥିଲା । ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ଜଣାଇବା ପରେ ମେରାମଣ୍ଡଳୀ ସେକ୍ସନରେ ୩୩\୧୧ କେଭି ବିଦ୍ୟୁତ୍ ଗ୍ରୀଡ୍ ଷ୍ଟେସନ୍ କରିବାକୁ ନିଷ୍ପତ୍ତି ହୋଇଥିଲା।ଓଡିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ ପକ୍ଷରୁ ମୋଟାଙ୍ଗା ଠାରେ ୩୩\୧୧ କେଭିଏ ବିଦ୍ୟୁତ୍ ଗ୍ରୀଡ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ୭ବର୍ଷ ପୂର୍ବେ ଗ୍ରୀଡ୍ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଅଦ୍ୟାବଧି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ତାହାକୁ କାର୍ଯ୍ୟକ୍ଷମ କରାଯାଇ ନଥିଲା ଏ ନେଇ କିଛି ଦିନ ତଳେ ସ୍ଥାନୀୟ ସମସ୍ତ ସରପଞ୍ଚ ଏ ସମ୍ପର୍କରେ ଦାବିପତ୍ର ଦେବା ସହ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ ଉକ୍ତ ସବଷ୍ଟେସନ ଟି କାର୍ଯ୍ୟକ୍ଷମ ହୋଇଛି । ଏହି ସବଷ୍ଟେସନ ଦ୍ୱାରା ଅଞ୍ଚଳ ବିଦ୍ୟୁତ ସମସ୍ୟା ଦୂର ହେବ ବୋଲି କୁହାଯାଉଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ
ମଧ୍ୟରେ ଖୁସି ପ୍ରକାଶ ପାଇଛି ।

new life
You might also like
error: Content is protected !!