News
lipub
samparksetu

ଝିପି ଝିପି ବର୍ଷ।ରେ ବେହାଲ ଡୋଲିଆ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା

ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ କାମର ସୁଫଳ ସାଧାରଣ ଜନତାଙ୍କୁ ମିଳୁ ନାହିଁ।

ବିନା କାମରେ ବିଲ୍ ବି ଉଠାଇ ନେଉଛନ୍ତି ଠିକାଦାର। ତେବେ ଏଠାରେ ଆମେ ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଗୋଟିଏ ଗ୍ରାମ୍ୟ ରାସ୍ତାର ଚିତ୍ର ଉପସ୍ଥାପନ କରୁଛୁ। ଏହି ବ୍ଲକର ବାମ ପଞ୍ଚାୟତର ଡୋଲିଆ ଛକରୁ ଡୋଲିଆ ଗାଁକୁ ଯାଇଥିବା ଆର ଡି ରାସ୍ତା ବର୍ଷା ଦିନ ଆସିଲେ ପାଣି କାଦୁଅ ରେ ଭରିଯାଏ।

ଖାଲ ଗୁଡିକ ବର୍ଷା ଚାରିମାସ ପାଣି ପୁରି ଯାଉଥିବାରୁ ସ୍କୁଲ ପିଲା ଠାରୁ ରୋଗୀ ପର୍ଯ୍ୟନ୍ତ ଏ ରାସ୍ତାରେ ଯିବା ଆସିବା ଅସୁବିଧା ହୁଏ। ବହୁତ ବର୍ଷ ତଳେ ରାସ୍ତାରେ ମାଟି ପଡ଼ିଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଏ ରାସ୍ତାର ମରାମତି ପାଇଁ ସେମାନେ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି।

new life
You might also like
error: Content is protected !!