News
lipub
samparksetu

କିଡନୀ ପ୍ରତ୍ୟାରୋପଣ ପାଇଁ ଆର୍ଥିକ ସହାୟତା ନିବେଦନ

ଜୀବନ ବି ଏମିତି।ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି।ତା ପରେ ବି ଜୀବନ ବଞ୍ଚିବା ପାଇଁ ଚାଲିଛି ସଂଗ୍ରାମ।ଯାହା ସଞ୍ଚୟ ଜମିବାଡ଼ି ଥିଲା ବିକି ଭାଙ୍ଗି ଚିକିତ୍ସା କରାଇବା ପରେ ଡାକ୍ତର କହିଛନ୍ତି କିଡନୀ ପ୍ରତ୍ୟାରୋପଣ ନହେଲେ ଜୀବନ ବଞ୍ଚିବା କଷ୍ଟ କର ହୋଇପଡିବ। ଦୁଃଖ ରେ ଭାଙ୍ଗି ପଡିଛନ୍ତି ପରିବାର।

ଏମିତି ଏକ ଘଟଣା କ୍ରମରେ କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ଜଗନ୍ନାଥ ପୁର ପଞ୍ଚାୟତ କଂଗେଇଲୋ ଗ୍ରାମର ସୁରେଶ ଚନ୍ଦ୍ର ଖୁଣ୍ଟିଆ ନିଜର କିଡନୀ ପ୍ରତ୍ୟାରୋପଣ ଓ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରକାରୀ କ୍ଷେତ୍ରରେ ଚିକିତ୍ସା ସୁବିଧା କରାଇବା ସହିତ କିଡନୀ ପ୍ରତ୍ୟାରୋପଣ ପାଇଁ ସେ ଆକୁଳ ସହାୟତା କରିଛନ୍ତି।ଦୁଇ ବର୍ଷ ହେବ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ସୁରେଶଙ୍କୁ ସହାୟତା ଦେବା ପାଇଁ ତାଙ୍କ ମୋବାଇଲ ନମ୍ବର ୬୩୭୦୯୦୬୮୦୦ ଓ ୭୦୦୮୦୬୩୭୫୦ ଯୋଗେ ଯୋଗାଯୋଗ କରିବାକୁ ନିବେଦନ କରିବା ସହ ଜିଲ୍ଲାପାଳ ଙ୍କୁ ପଦକ୍ଷେପ ନେବାକୁ ଲିଖିତ ଭାବରେ ନିବେଦନ କରିଛନ୍ତି

new life
You might also like
error: Content is protected !!