News
lipub
samparksetu

୭୩ ବର୍ଷରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଦୁର୍ଯ୍ୟୋଧନ

ବୟସ ୭୩, ପାଦରେ ଆଉ ଶକ୍ତି ନାହିଁ ଚାଲିବା ପାଇଁ ତାପରେ ବାର୍ଦ୍ଧକ୍ୟ ଜନିତ ପୀଡ଼ା ଶରୀରର ସାଥ ବି ଦେଉ ନାହିଁ!
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ପାଟିଆଗୁଡାର ଦୁର୍ଯ୍ୟୋଧନ ନାୟକ। ନିୟମ ଅନୁସାରେ ଷାଠିଏ ବର୍ଷ ହେଲା ପରେ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥାନ୍ତି।

ବୃଦ୍ଧଙ୍କ କହିବା ଅନୁସାରେ ସେ ଭତ୍ତା ପାଇଁ କେତେ ଥର ଦରଖାସ୍ତ କରିଛନ୍ତି ତାର ହିସାବ ନାହିଁ। ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନଲାଇନ ରେ ମଧ୍ୟ ଭତ୍ତା ପାଇଁ ଦରଖାସ୍ତ ଦାଖଲ କରିଛନ୍ତି।

ଜମିବାଡ଼ି କହିଲେ ସେମିତି କିଛି ନାହିଁ। ଗୋଟିଏ ପୁଅ ଯାହା ରୋଜଗାର କରନ୍ତି ପରିବାର ଚଳିଯାଏ ହେଲେ ରୋଗବ୍ଯଧିରେ ପଡିଲେ ପର ପାଖରେ ହାତ ପତାଇବାକୁ ପଡୁଛି। ତା ଛଡା ପତ୍ନୀ ମଧ୍ୟ ଜଣେ ରୋଗୀଣି ତାଙ୍କ ଭତ୍ତା ତାଙ୍କ ପାଇଁ ନିଅଣ୍ଟ ପଡୁଛି। ପ୍ରଶାସନ ଯଦି ଏହି ବୃଦ୍ଧଙ୍କୁ ତୁରନ୍ତ ଯୋଗାଇ ଦେବାକୁ ବ୍ୟବସ୍ଥା କରନ୍ତି ଜୀବନର ବାକି କେଇଟା ବର୍ଷ ପାଇଁ ସହାୟକ ହୋଇପାରନ୍ତା।

new life
You might also like
error: Content is protected !!