News
lipub
samparksetu

ଗୁଣ୍ଡିଚାପଡ଼ା ସାରଳା କ୍ଲବ୍ ବିଜୟୀ ଘୋଷଣା

ଗଣେଶ ଚତୁର୍ଥୀ ଉପଲକ୍ଷେ ଢେଙ୍କାନାଳ ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ମର୍ଣିଙ୍ଗକ୍ଲବ୍ ଢେଙ୍କାନାଳ ଏବଂ ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।

ମ୍ୟାଚର ୨୩ ମିନିଟ୍ ରେ ସାରଳା କ୍ଲବ୍ ତରଫରୁ ଶେଖ୍ ମୁଜାହିର୍ ଅହମ୍ମଦ (ଲୁଲୁ) ଗୋଟିଏ ସୁନ୍ଦର ଗୋଲ୍ ମାରି ଦଳକୁ ଅଗ୍ରଣୀ ରଖିଥିଲେ। ସାରଳା କ୍ଲବ୍ ଗୁଣ୍ଡିଚାପଡ଼ାର ଅଧିନାୟକ ହଲିମ ଅହମଦ ତଥା ମର୍ଣିଙ୍ଗକ୍ଲବ୍ ର ଅଧିନାୟକ ରାଜେଶ୍ ନାଥଙ୍କ ନେତୃତ୍ବରେ ଦୁଇଦଳର ଖେଳାଳିମାନେ ଘନାଘନ ଆକ୍ରମଣ କରିଥିଲେ କିନ୍ତୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆଉ କେହି ଗୋଲ୍ କରି ପାରିନଥିଲେ।

ସୁତରାଂ ଅଗ୍ରଣୀ ଥିବା ସାରଳା କ୍ଲବକୁ ବିଜୟୀ ଘୋଷିତ କରାଗଲା।
ସୂଚନାଯୋଗ୍ୟ ଯେ ରେଫରି ଭାବେ ସୁପ୍ରସିଦ୍ଧ ପୂର୍ବତନ ଫୁଟବଲ୍ ଖେଳାଳି ମହିଉଦ୍ଦିନ୍ ଖାଁ ମ୍ୟାଚ ଟିକୁ ପରିଚାଳନା କରିଥିବାବେଳେ କରିମ୍ ଖାଁ ଏବଂ କରିମତୁଲ୍ଲାହ୍ ଖାଁ ତାଙ୍କୁ ସହଯୋଗ କରିଥିଲେ ।

new life
You might also like
error: Content is protected !!