News
lipub
samparksetu

ଆମ୍ବଖୋଲ କାଟେଣୀ ଗାଁରେ ପାନୀୟଜଳ ସମସ୍ଯା

ନଳକୂପ ଅଛି ହେଲେ ଏହାର ପଣି ପାନୀୟ ଯୋଗ୍ୟ ନୁହେଁ କି ରୋଷେଇରେ ମଧ୍ୟ ବ୍ୟବହାର ଯୋଗ୍ୟ ନୁହେଁ। ନଳକୂପ ଦୁଇଟିର ପାଣି କ୍ଷାରୀୟ ହୋଇଥିବା ସହ ପାଣିରେ ଗୁଣ୍ଡ ଆସିବା ହେତୁ କୌଣସି କାମରେ ଆସୁ ନାହିଁ। ଏହି କାରଣ ପାଇଁ ଗାଁ ଠାରୁ ୩୦୦ ମିଟର ଦୂରରେ ଥିବା କୂଅରୁ ପାଣି ଆଣିବାକୁ ଯାଆନ୍ତି ଗାଁ ର ମହିଳା। ଏହି କୂଅରେ ବାହାରୁ ଦୂଷିତ ଜଳ ମିଶୁଛି । କୂଅର ପାଣି ଦେଖିଲେ ମାଟିଆ ହେଲେ ମୃଦୁ ବା ମିଠା ଯେଉଁ କାରଣ ଭାତ ବା ଡାଲି ଭଲ ହୁଏ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତର ଆମ୍ବଖୋଲ କାଟେଣୀ ଦୁଇଟି ବସ୍ତିକୁ ନେଇ ରାଜସ୍ବ ଗ୍ରାମ ହୋଇଛି। ଉଭୟ ବସ୍ତିରେ ପାନୀୟଜଳ ସମସ୍ୟା ରହିଛି। ନଳକୂପର ପାଣି ବ୍ୟବହାର ଯୋଗ୍ୟ ହୋଇ ନଥିବାରୁ ଗାଁ ପାଖରେ ଥିବା ଖୋଲା କୂଅ ଉପରେ ନିର୍ଭର କରିଥାନ୍ତି। ୨୫୦ ପରି ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ସମସ୍ତ ଲୋକ ଗରିବ ଶ୍ରେଣୀର ଅଟନ୍ତି। ଶିକ୍ଷାର ଅଭାବ ମଧ୍ୟ ରହିଛି। ଗାଁକୁ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି ।

new life
You might also like
error: Content is protected !!