News
lipub
samparksetu

ବୁଢା ବାପା-ମା ଙ୍କ ଉପରେ ବୋଝ ସାଝିଛନ୍ତି ଦୀପକ !

ଗୋଟିଏ ବୋଲି ସନ୍ତାନ, ବୁଢାକାଳକୁ ସାହାରା ହେବ କ’ଣ! ନିୟତି କିଛି ଅଲଗା କରି ଗଢିଛି ଦୀପକଙ୍କୁ। ଜନ୍ମରୁ ଦିବ୍ଯାଙ୍ଗ ଦୀପକ କଥା କହିବାକୁ ଓ ଶୁଣିବାକୁ ଅକ୍ଷମ। ସ୍କୁଲ ହତା ବି ମାଡ଼ି ନାହାଁନ୍ତି। ପରଜଙ୍ଗ ବ୍ଲକ ପଥରଖମ୍ବ ପଞ୍ଚାୟତ କାମର୍ଦା ଗାଁ ର ଅନନ୍ତ ସାହୁଙ୍କ ପୁଅ ଦୀପକ ସାହୁ, ବୟସ ଚବିଶ ବର୍ଷ। ବାପା ଜଣେ ଦିନ ମଜୁରୀଆ।

ବାପାଙ୍କ ବୟସ ଷାଠିଏ ପାଖାପାଖି। ଦୀପକ ଗରିବ ହେବା ସହ ଶିକ୍ଷାର ଅଭାବରୁ ଆଜି ପର୍ଯ୍ୟନ୍ତ ଦିବ୍ଯାଙ୍ଗମାନଙ୍କୁ ମିଳୁଥିବା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସରକାର ଦିବ୍ଯାଙ୍ଗମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ତାଙ୍କ ପାଇଁ ଏହା ଅପହଞ୍ଚ। ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦରଖାସ୍ତ ଦେଇଛନ୍ତି ବୋଲି କୈଳାସ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ଆମେ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବାବଦରେ ଜାଣି ନଥିବାର କହିଥିଲା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କ ଦରଖାସ୍ତ ନେଇଛନ୍ତି ବୋଲି କହିଛନ୍ତି। ଏହା ବ୍ୟତୀତ ସେ ଅନଲାଇନ ମାଧ୍ୟମରେ ଭତ୍ତା ପାଇଁ ଆବେଦନ କରିଛନ୍ତି। ୭୫ ପ୍ରତିଶତ ଦିବ୍ଯାଙ୍ଗ ପ୍ରମାଣପତ୍ର ଥିବା ଦୀପକଙ୍କୁ ଦିବ୍ଯାଙ୍ଗ ଭତ୍ତା ଯୋଗାଇ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।

new life
You might also like
error: Content is protected !!