News
lipub
samparksetu

କଅଁଳ ବୟସରେ ଜୀବନ ସହ ସଂଘର୍ଷ କରୁଛି ସାଇ

ମା ବାପାଙ୍କ ଏକ ମାତ୍ର ପୁଅ ହେଲେ ଜନ୍ମରୁ ଜୀବନ ମରଣ ସହ ଲଢେ଼ଇ କରୁଛି ।ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ବଳରାମପୁର ପଞ୍ଚାୟତ ସାରିଆପଡା ଗ୍ରାମର କୂଳମଣି ଖଟୁଆଙ୍କ ଏକମାତ୍ର ପୁଅ ସାଇର ଜନ୍ମରୁ ଶରୀର ମଧ୍ୟରେ ଖାଦ୍ୟ ନଳୀ ନଥିଲା । ତାକୁ କଟକ ଶିଶୁ ଭବନ ରେ ଅସ୍ତ୍ରୋପଚାର କରି ତାର ପେଟରେ ଏକ ନଳୀ ସଂଯୋଗ କରିଥିଲେ ଡାକ୍ତର । ସେବେଠାରୁ ଆଜି ପର୍ଯ୍ୟନ୍ତ ସେଇ ନଳୀ ଦେଇ ତରଳ ଖାଦ୍ୟ ଖାଉଛି ସାଇ ।

ବାପା ଜଣେ ରଙ୍ଗମିସ୍ତ୍ରୀ ମା ଙ୍କ ଅକାଳ ଦେହାନ୍ତ ହୋଇଛି ।ବର୍ତ୍ତମାନ ଡାକ୍ତରଙ୍କ କହିବା ଅନୁଯାୟୀ , ଯଦି ତୁରନ୍ତ ଅପରେସନ ନହୁଏ ତେବେ ସାଇ ଆଗକୁ ଦୁନିଆ ଦେଖି ନପାରେ ।ବର୍ତ୍ତମାନ ବଡ଼ ଅପରେସନ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ରହିଛି ।ତେବେ ଏତେ ଟଙ୍କା କେଉଁଠାରୁ ଆସିବ ବୋଲି ଚିନ୍ତାରେ ଅଛନ୍ତି କୂଳମଣୀ ।

new life
You might also like
error: Content is protected !!