News
lipub
samparksetu

ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ

ଫନି ବାତ୍ୟାରେ ଯିବାର ଚାରି ବର୍ଷ ହୋଇଗଲାଣୀ କିନ୍ତୁ ଆଖିରୁ ଲୁହ ଆଜି ବି ଶୁଖି ନାହିଁ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ପରିବାର। ଶ୍ରମିକ ଭାବରେ ପରିବାର ପ୍ରତିପୋଷଣ କରୁଥିଲେ।

ଫନି ବାତ୍ୟା ସମୟରେ ଭୁବନେଶ୍ବରରେ ଥିଲେ। ଦଇବ ଦାଉ ସାଧିଲା, ବାତ୍ୟାରେ ଗୋଟିଏ ଲୁହା ତାଙ୍କ ଗୋଡ଼ ଉପରେ ଖସି ପଡିବାରୁ ଦୁଇ ଗୋଡ଼ ଅଚଳ ହୋଇ ପଡ଼ିଛି। ପାଖରେ ଯାହା କିଛି ସଞ୍ଚିତ ଜମା ପୁଞ୍ଜି ଥିଲି ଖର୍ଚ୍ଚ କରି କ୍ଷତ ଭଲ ହେଲା କିନ୍ତୁ ଆଉ ଚାଲିବାକୁ ସକ୍ଷମ ନୁହଁନ୍ତି।

ନିଜର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବେ ପଙ୍ଗୁ। ସରକାରୀ ସ୍ତରରୁ ଆଜି ପର୍ଯ୍ୟନ୍ତ କିଛି ସହାୟତା ମିଳି ନାହିଁ। ଦୁଃଖ କଥା କହିଲା ବେଳେ ଆଖିରୁ ତାଙ୍କର ଲୁହ ଆପେ ଆପେ ଝରି ପଡୁଛି। ପ୍ରଶାସନ ତରଫରୁ ଗୋଟିଏ ଟ୍ରାଇସାଇକେଲ ଓ ଦିବ୍ଯାଙ୍ଗ ଭତ୍ତା ଯୋଗାଇ ଦେଲେ ସେ କିଛି ମାତ୍ରାରେ ଆଶ୍ବସ୍ତ ହୁଅନ୍ତେ।

new life
You might also like
error: Content is protected !!