News
lipub
samparksetu

ଫୁଟିବା ପୂର୍ବରୁ ମଉଳି ଯିବାକୁ ବସିଛି ଅନାଥ ପିଙ୍କିର ସ୍ବପ୍ନ !

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଉପର ଦଳିତ ସାହିର ସ୍ବର୍ଗତ ବିଜୁ ନାଏକଙ୍କ କନ୍ୟା ପିଙ୍କି। ହେତୁ ପାଇବା ପୂର୍ବରୁ ବାପା ପର କରି ଆରପାରିକୁ ଚାଲିଗଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ ବିଜୁ କୌଣସି ଦୂରାରୋଗ୍ୟ ବ୍ୟାଧିରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସେତେବେଳେ ପିଙ୍କି କୁଆଡେ ପାଞ୍ଚ କି ଛ ମାସର ହୋଇଥିଲା।

ବାପାର ମୃତ୍ୟୁ ପରେ ମା ମଧ୍ୟ ଅନ୍ୟ କାହାର ହାତ ଧରି ଝିଅକୁ ପର କରି ଚାଲିଗଲା। ସେହି ଦିନ ଠାରୁ ସମ୍ପର୍କୀୟ ଓ ସାହି ପଡିଶାଙ୍କ କୋଳରେ ବଢ଼ି ଆସିଛି ପିଙ୍କି। ବର୍ତ୍ତମାନ ସେ ସ୍ଥାନୀୟ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ। ପଢ଼ିବା ପାଇଁ ବହୁତ ଇଛା ହେଲେ ଆଜି ପର୍ଯ୍ୟନ୍ତ କାହାର ଶୁଭ ଦୃଷ୍ଟି ପଡି ନାହିଁ।

ବୁଢି ଜେଜେମା ପରେ ଆଗକୁ ଏକା ଏକା ବଞ୍ଚିବାକୁ ହେବ। ସରକାରୀ ସହାୟତା ଆଜି ବି ତା ପାଇଁ ଅପହଁଞ୍ଚ। ପଡିଶା ଲୋକଙ୍କ ଆଖିରୁ ଲୁହ ଗଡ଼ି ଆସେ ତା କଥା କହିଲା ବେଳେ ହେଲେ କୌଣସି ନେତାଙ୍କ ହୃଦୟ ତା ପାଇଁ ତରଳି ନାହିଁ।

new life
You might also like
error: Content is protected !!