News
lipub
samparksetu

ପିଇବା ପାଣି ପାଇଁ ହନ୍ତସନ୍ତ ,୧୫ ଦିନ ହେଲା ନାହିଁ ପାଇପ୍ ପାଣି

ଖରାର ପ୍ରକୋପ ଯେତିକି ବଢୁଛି ପାଣି ସଂକଟ ବୃଦ୍ଧି ପାଇଛି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ତୁମୁସିଙ୍ଗା ଗାଁ ର ପାଇପ୍ ପାଣି ଯୋଗାଣ ବନ୍ଦ ପଡ଼ିଛି। ସୂଚନା ଅନୁଯାୟୀ ପନ୍ଦର ଦିନ ହେଲା ପାଣି ପମ୍ପ ଖରାପ ହୋଇଛି। ତେଣୁ ପାଇପ୍ ଯୋଗେ ପାଣି ସପ୍ଲାଏ ବନ୍ଦ ଅଛି। ନଳକୂପ ଉପରେ ଲୋକ ନିର୍ଭର ହେବାକୁ ପଡୁଛି। ତେବେ ଅନେକ ନଳକୂପ ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ପଞ୍ଚାୟତର ଶ୍ରୀମୂଳାର ଦୁଇଟି ଓ୍ବାର୍ଡର ଲୋକ ମଧ୍ୟ ପାଇପ୍ ପାଣି ପାରୁ ନାହାଁନ୍ତି। ସୂଚନା ଥାଉ କି ଅନେକ ଲୋକ ପାଣି ପିଇବାକୁ ପାଉ ନଥିବା ବେଳେ ଅନେକ ଲୋକ ପାଇପ ପାଣି ନେଇ ପରିବା ଚାଷ କରୁଛନ୍ତି ଯାହା ଫଳରେ ପାଣି ପମ୍ପ ଉପରେ ଅଧିକ ଚାପ ପଡୁଛି ଓ ବାରମ୍ବାର ଖରାପ ହେଉଛି। ପ୍ରଶାସନ ଏପରି ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଯେଉଁ କାରଣ ପାଇଁ ବସୁଧା ଜଳ ଯୋଗାଣ ଦୀର୍ଘ ସ୍ଥାୟୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

new life
You might also like
error: Content is protected !!