News
lipub
samparksetu

ନାଚିଯାଏ ଯେବେ ମନ ଆଇନାରେ

ନାଚିଯାଏ ଯେବେ ମନ ଆଇନରେ          
      ଆମର ପୁରୁଣା ଦିନ         
ଭାବି ଭାବି ପ୍ରିୟା ଗଡି ଯାଏ ବେଳ  
       ପୁଲକିତ ହୁଏ ପ୍ରାଣ

ଭରା ଯୌବନେ କେତେ ନିରିଜନେ    
       ଲୁଚି ଛପି ମିଳା ମିଶା      
ମନ ଦିଆ ନିଆ ଚୁପି ଚୁପି କଥା    
       ଅଭିମାନ ଆଡରୁଷା           

  ତୁମ ତନୁଲତା କହଁଳ ପରସ         
      ଆଣୁଥିଲା ସିହୀରଣ          
  ଚାହାଣି ତୁମର କାହାଣୀ ରେ ଭରା
       ଚହଲାଉଥିଲା ମତେ       

ତୁମରି କୋଳରେ ମଥାରଖି ପ୍ରିୟା     
      ସପନ ଦେଖିଛି କେତେ        
ତୁମେ ଥିଲ ମୋର ମନ ଆକାଶର   
       କୁଆଁରୀ ପୁନେଇଁ ଜହ୍ନ

  ପୀରତିରେ ମହୁ ଚାକିଛେ ଗୋପନେ  
          ବହୁବାର ମନ ଭରି        
    ତୁମ ମୋ ଭିତରେ ଲାଜ କି ସରମ    
          ଯାଇଥିଲା ଅପସରି       
   ଆଉ ସବୁ କଥା ତୁଚ୍ଛ ଏ ଧରାରେ  
         ପ୍ରେମ ଆମ ଚିରନ୍ତନ  

✍️ସୁରେଶ ଚନ୍ଦ୍ର ସାହୁ               

new life
You might also like
error: Content is protected !!