News
lipub
samparksetu

ଲଗାଣ ବର୍ଷାରେ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ ଭୁଷୁଡ଼ିଲା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଭେରୁଣିଆ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ କାମ ଅତି ନିମ୍ନ ମାନରେ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଲଗାଣ ବର୍ଷାରେ ପାଚେରୀ ଭୁଷୁଡ଼ି ପଡ଼ିଛି ।

ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଭିରୁଣିଆ ଗାଁରେ ଜନ ସାଧାରଣଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ନିର୍ମାଣ ସହିତ ଅନ୍ୟାନ୍ୟ କାର୍ଯ୍ୟ ହୋଇଛି ।ଗତ ୨ବର୍ଷ ତଳେ କାର୍ଯ୍ୟ ହୋଇଥିବା ବେଳେ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ପାଣି ଟାଙ୍କିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେହିପରି ବିଭିନ୍ନ ସ୍ଥାନକୁ ପାଣି ଯୋଗାଇବା ପାଇଁ ବିଛା ଯାଇଥିବା ପାଇପ ଫାଟି ଗଲାଣି ଏ ପାଣି ଟାଙ୍କିରେ ଲାଗିଥିବା ଯନ୍ତ୍ରାଂଶ ଗୁଡିକ ଅଚଳ ହୋଇପଡ଼ିଲାଣି । ପାଣି ଟାଙ୍କି କାର୍ଯ୍ୟକାରୀ ହୋଇଥିବା ବେଳେ ଗେଟ ଲାଗିନାହିଁ ।ଯେଉଁ ପାଚେରୀ ନିର୍ମାଣ କରାଯାଇଥିଲା ତାହା ଭୁଷୁଡି ପଡ଼ିଛି ।

new life
You might also like
error: Content is protected !!