News
lipub
samparksetu

ଗ୍ରୁପ ଟଙ୍କା ହଡପ କରି ପତି ପତ୍ନୀ ଫେରାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ପଞ୍ଚାୟତର ବିଜାଡ଼ିହି ଗୋଡିସାହିରେ ଏକ ଅଭାବନୀୟ ଘଟଣା ଦେଖିବ।କୁ ମିଳିଛି । କା଼ମାକ୍ଷାନଗର ଉପଖଣ୍ଡରେ ବିଭିନ୍ନ ବ୍ଲକ ଅଞ୍ଚଳରେ କିଛି ଅର୍ଥ ଲଗାଣ କାରି ସଂସ୍ଥାର ବ୍ରାଞ୍ଚ ଖୋଲି ବିଭିନ୍ନ ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ୫ ଜଣିଆ ଓ ୧୦ ଜଣିଆ ଗ୍ରୁପ ତିଆରି କରି ମହିଳା ମାନଙ୍କୁ ରୋଜଗାର କରିବା ପାଇଁ ଲକ୍ଷଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇ ସାପ୍ତାହିକ,୧୫ ଦିନିଆ ଓ ମାସିକିଆ କିସ୍ତି ମାଧ୍ୟମରେ ଗ୍ରାମକୁ ଯାଇ ଆଦାୟ କରୁଥିବା ସୂଚନା ମିଳିଛି ।

ସେହି କ୍ରମରେ ବିଜାଡିହି ଗ୍ରାମ ଗୋଡି ସାହିର ଏକ ଦଶ ଜଣିଆ ମହିଳା ଗ୍ରୁପ ସମସ୍ତ ଅର୍ଥ ଲଗାଣ କାରି ସଂସ୍ଥାରୁ ୩ ଲକ୍ଷ ୪୦ ହଜାର ଟଙ୍କା ଋଣ ନେଇଥିଲେ ।ସେହି ଟଙ୍କାକୁ ଉକ୍ତ ଗ୍ରାମର ଦୁଷ୍ମନ୍ତ ସାହୁଓ ତାଙ୍କର ସ୍ତ୍ରୀ ମମତା ସାହୁ ଗ୍ରୁପର ଲିଡର ସଭାପତି ଭାବେ କାର୍ଯ୍ୟ କରୁଥିଲେ ।ସେହି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ସେହି ୧୦ ଜଣ ମହିଳାଙ୍କ ନାମରେ ୪/୬ ଟି ସଂସ୍ଥାରୁ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୋନ୍ କରାଇଦେଲେ ଓ ସୋମାନଙ୍କ ଠାରୁ ଟିପ ଚିହ୍ନ ନେଇ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଚଞ୍ଚକତା କରି ଟଙ୍କା ଉଠାଇନେଇଥିବା ମହିଳା ମାନେ ଥାନାରେ ଅଭିଯୋଗ କରିଛନ୍ତି। ଏଥିନେଇ ଗ୍ରାମର ଜୟନ୍ତି ବେହେରା, ମସୁରୀ ବେହେରା,ମହରଗୀ ବେହେରା,ମଞ୍ଜୁ ମହାଭୋଇ,ମାମିନା ବେହେରା ପ୍ରମୁଖ ନାମରେ ବିଭିନ୍ନ ସଂସ୍ଥାରେ ଲକ୍ଷାଧିକ ଟଙ୍କା ଋଣ କରିବା ପରେ ସେହି ଟଙ୍କାକୁ ସ୍ୱାମୀ ସ୍ତ୍ରୀ ହଡପ କରିବା ପରେ ଘରୁ ଫେରାର ହୋଇଯାଇଥିବାର ଜଣାପଡିଛି । ସମସ୍ତ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ମହିଳା ମାନଙ୍କ ଘର ସମ୍ମୁଖରେ ଟଙ୍କା ପାଇଁ ଜୁଲମ କରୁଥିବାରୁ ମହିଳା ମାନେ ଘର ଛାଡି ଭୋକ ଉପାସରେ ବୁଲୁ ଥିବାର ଅଭିଯୋଗ କରିଛନ୍ତି ।

ଘଟଣାକୁ ନେଇ ମହିଳା ମାନେ ଗତାକାଲି ଥାନାରେ ଲିଖିତ ଭାବରେ ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ନାମରେ ଅଭିଯୋଗ କରିବା ସହିତ ସେମାନଙ୍କୁ ଅଟକାଇ ଥାନାରେ ଦେବାକୁ କହିଛନ୍ତି ।ଦୁଷ୍ମନ୍ତ ଏବଂ ମମତା ଏବେ କଟକରେ ରହୁଥିବାର ଜଣାପଡିଛି । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି । ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

new life
You might also like
error: Content is protected !!