News
lipub
samparksetu

‘ପ୍ରେମ’

ଅମାନିଆ ଆଖି ଟା ଚାଲିଯାଏ
ଲାଲ ଅଧର ରେ ଲାଖିଯାଏ
କାହାର ସ୍ପର୍ଶ ରେ
ପୁଣି ଫେରିଆସେ
ସଂଜ୍ଞାହୀନ ହୁଏ।

କାହିଁକି ଯେ ହୁଏ
ଜାଣି ହୁଏନା
ଏ ଆଖି ର ଦୋଷ ନା
ସୁନ୍ଦରତା ର ମୋହ ?
କିଛି  ବୁଝିପାରେନା।

ନଦେଖିଲେ ମନ ଟା ମରିଯାଏ
ଚିନ୍ତାସବୁ କେନ୍ଦ୍ରୀଭୂତ ହୁଏ
ଆଖି ଘୁରିବୁଲେ
ଦୂର ଦିଗନ୍ତର କୁ ଯାଏ
ପାଇବାକୁ ସାମାନ୍ଯ ଝଲକ
ଖିଲ ଖଲ ହସ ର ଜୁଆର ଆସେ
ମଳୟ ଲାଗିଯାଏ
ହଠାତ୍ ଝରକା ରୁ ଫୁସଫୁସ ଶବ୍ଦ ଭାସିଆସେ
ଅମାନିଆ ଆଖି ଟା ପୁଣି ଚାଲିଯାଏ
ହାତ ଟା ହଲିଉଠେ
ଲାଲ ଅଧର ରୁ କଥା ସ୍ଫୁରି ଉଠେ
ନମ୍ବର ଟା ନେଇଆସେ।

ଫୋନ ବାଜି ଉଠେ
ଯୋଗାଯୋଗ ହୁଏ
ରାତି ଦିନ ଏକାକାର ହୁଏ
ଲାଲ ଅଧର ଲାଖିଯାଏ
ସମ୍ପର୍କ ର ଛାପ ଛାଡିଯାଏ
ପ୍ରତୀକ୍ଷା ଓ ତିତିକ୍ଷା ର ଅନ୍ତ ଘଟେ
ଆଖି ପୁଣି ବୁଜି ହୋଇଯାଏ ।

ଏହା କଣ ପ୍ରେମ ?

✍️ଅକ୍ଷୟ କୁମାର ମିଶ୍ର

new life
You might also like
error: Content is protected !!