News
lipub
samparksetu

ବର୍ଷ ବର୍ଷ ଧରି ପର ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ପରିବାର

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ବାସନ୍ତୀ ନାଏକ, ବୟସ ୭୦ ବର୍ଷ ପାଖାପାଖି। ସ୍ବାମୀ କେଉଁ କାଳରୁ ଛାଡି ଆରପାରିକୁ ଚାଲିଗଲେଣି। ପରୀବାରର ଦୁଇ ପୁଅ, ବଡ଼ ବହୁ ଓ ନାତୁଣୀ ମିଶି ୬ ଜଣ। ସମସ୍ତଙ୍କ ବୋଝ ବଡ଼ ପୁଅ ଡାକ୍ତର ନାଏକଙ୍କ କାନ୍ଧରେ। ଡାକ୍ତର ପେଶାରେ ଜଣେ ଦିନ ମଜୁରୀଆ। ଘର ଡିହ ଖଣ୍ଡକ ବ୍ୟତୀତ ବସୁଧାରେ ଗାର ଟାଣିବା ପାଇଁ ଜାଗା ନାହିଁ। ଯାହା ରୋଜଗାର କରନ୍ତି ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର।

ସରକାରୀ ସହାୟତା ଭାବରେ ଚାଉଳ କେତେ କଲୋ ଓ ମାଆଙ୍କ ବିଧବା ଭତ୍ତା ମିଳୁଛି। ସାନ ଭାଇ କ୍ଷୀରୋଦ ନାଏକ ଯକ୍ଷ୍ମା ପରି ଦୁରାରୋଗ୍ୟରେ ପୀଡ଼ିତ ହୋଇଥିଲେ। ଚିକିତ୍ସା ଅଭାବରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ପାରୁ ନାହାଁନ୍ତି। ଏବେ ତା’ର ମାନସିକ ଭାରସାମ୍ୟ ହରାଇ ବସିଛି।

ବୁଢ଼ୀ ମା ପୁଅକୁ ଭତ୍ତା କରାଇ ଦେବା ପାଇଁ ବାର ଦୁଆର ଶୁଣ୍ଢୀ ପିଣ୍ଡା ହେଉଛି। ନିଜର ଘର ଖଣ୍ଡିଏ ନଥିବା ହେତୁ ବଡ଼ ପୁଅ ବହୁ ଓ ଦୁଇ ନାତୁଣୀ ପର ଘରେ ମୁଣ୍ଡ ଗୁଞ୍ଜି ରହିଛନ୍ତି। ରୋଗୀଣା ପୁଅ ଓ ବୃଦ୍ଧା ବାସନ୍ତୀ ଭଙ୍ଗା ଘରେ ରହିଛନ୍ତି।

ସୂଚନା ଥାଉ କି ପୂର୍ବରୁ ଦୁଇ ବର୍ଷ ତଳେ ବାସନ୍ତୀ ଓ କ୍ଷୀରୋଦଙ୍କ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ତଥାପି କୌଣସି ସୁଫଳ ମିଳିନଥିଲା। ସରକାରୀ ବାବୁ ଆସି ପାଲ ଖଣ୍ଡିଏ ଦେଇଥିଲେ। ଏ ଭିତରେ ଦୁଇ ବର୍ଷ ହୋଇଥିଲେ ମଧ୍ୟ ଘର ଖଣ୍ଡିଏ ଡାକ୍ତରଙ୍କୁ ମିଳିପାରି ନାହିଁ।

new life
You might also like
error: Content is protected !!