News
lipub
samparksetu

ଆବାସ ଯୋଜନାରେ ମିଳିବାକୁ ଥିବା ଘର ତାଲିକାରୁ ବାଦ୍ ପଡ଼ିଛନ୍ତି କିଶୋର ଙ୍କ ପରିବାର !

ତେଲିଆ ମୁଣ୍ଡରେ ତେଲ! ସରକାରୀ ଯୋଜନା ବା ସହାୟତା ରାଶି ସର୍ବଦା ଆର୍ଥିକ ସ୍ବଚ୍ଛଳ ପରିବାରକୁ ମିଳୁଛି ହେଲେ ପ୍ରକୃତ ଗରିବ ପାଉ ନାହିଁ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗାଁରେ ଦେଖିବାକୁ ମିଳିଛି।

ଏହି ଗାଁ ର ନବ କିଶୋର ଜେନା, ବୃତ୍ତିରେ ଜଣେ ଶ୍ରମିକ। ଘରେ ତାଙ୍କର କ୍ୟାନ୍ସର ପୀଡ଼ିତା ପତ୍ନୀ ଗୀତା ଜେନା ଓ ବେକାର ପୁଅ। ଝିଅ ଦୁଇଟିକୁ ଧାର କରଜ କରି ବିବାହ କରିବା ପରେ ବହୁତ କଷ୍ଟରେ ପରିବାରର ଭରଣ ପୋଷଣ କରୁଥିଲେ। ପତ୍ନୀ ରୋଗଗ୍ରସ୍ତ ହେବା ପରେ ବର୍ତ୍ତମାନ କରଜରେ ବୁଡି ଯାଇଛନ୍ତି। କ୍ୟାନ୍ସର ପାଇଁ ସରକାରୀ ସହାୟତା ହିସାବରେ କେବଳ ଲାଇଟ୍ ପକାଇବା ମାଗଣାରେ ମିଳିଥିଲା ଓ ଅପରେସନ ଠାରୁ ଔଷଧ ପର୍ଯ୍ୟନ୍ତ ନିଜେ ଖର୍ଚ୍ଚ କରିଥିବା ସେ ପ୍ରକାଶ କରିଛନ୍ତି।

ଏପରି ପରିସ୍ଥିତିରେ ତାଙ୍କ ନାମ ଆବାସ ଯୋଜନାରେ ମିଳିବାକୁ ଥିବା ଘର ତାଲିକାରୁ ବାଦ୍ ପଡ଼ିଛି। ଏ ସମ୍ପର୍କରେ ଆମେ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ବ୍ଲକରେ ତାଙ୍କ ନାମ ତାଲିକାରୁ ବାଦ୍ କରିଥିବା କହିଥିଲେ। ଏହା ବ୍ୟତୀତ ପରଜଙ୍ଗ ଉପ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିଲା ନାହିଁ। ପ୍ରଶାସନକୁ ନିବେଦନ ଏ ସମ୍ପର୍କରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

new life
You might also like
error: Content is protected !!