News
lipub
samparksetu

ଗାଈ ଗୁହାଳରେ ପାଞ୍ଚ ବର୍ଷ ଧରି ରହି ଆସୁଛନ୍ତି ବୃଦ୍ଧ ଦମ୍ପତ୍ତି!

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଧୁସାହୁପାଟଣାର ଗୁରୁବାରୀ ବେହେରା ଓ ତାଙ୍କ ପତ୍ନୀ। ୨୦୧୧ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ। ଝିଅର ବିବାହରେ କରଜ ବାଡି ଯୋଗୁଁ ଘରଟିକୁ ବାଧ୍ୟ ହୋଇ ବିକ୍ରି କରିବାକୁ ପଡିଲା। ୧୦ କିଲୋ ରାସନ ଓ ଜଣେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି।

ଜମିବାଡ଼ି ବୋଲି କିଛି ନାହିଁ, ନିଜର କେତୋଟି ଗାଈ ଓ ଗାଁ ଲୋକଙ୍କର କିଛି ଗାଇ ଭାଗରେ ରଖି ଦୁଇ ପ୍ରାଣୀ ପେଟ ପୋଷୁଛନ୍ତି। ଯେଉଁ ଗୁହାଳରେ ଗାଈ ରଖୁଛନ୍ତି ସେହି ଗୁହାଳର ଗୋଟିଏ ପାର୍ଶ୍ୱରେ ଦିନରାତି କଟିଯାଏ।

ଚାରିପଟେ କାଦୁଅ ମଶା ଡାଉଁଶରେ ଭର୍ତ୍ତି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପାଞ୍ଚବର୍ଷ ରୁ ଅଧିକ ସମୟ ରହିଲେଣି। ନିୟମ ଅନୁଯାୟୀ ଥରେ ଆବାସ ଯୋଜନାରେ ଘର ପାଇଥିବା ଲୋକ ପୁନର୍ବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ।

ତେଣୁ ଘରଟିଏ ପାଇବା ଆଶା ତାଙ୍କର ମଉଳି ଯାଇଛି। ସରକାରୀ ଯୋଜନାରେ ଲୋକଙ୍କୁ ଗୁହାଳ ଘର ଯୋଗାଇ ଦିଆଯାଉଥିବା ବେଳେ ତାଙ୍କ ପାଇଁ ଏକ ଗୁହାଳ ଘର ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି। ବୟସ ଅଧିକ ସତ୍ତ୍ୱେ ପେଟ ପୋଷିବା ପାଇଁ ଗାଇ ଚରାଇବାକୁ ବାଧ୍ୟ ହେଉଛନ୍ତି।

ଗୋଟିଏ ବୋଲି ପୁଅ ସେ ବି ପାଖରେ ରହୁ ନାହିଁ। ବିବାହ ପରେ ତା ପରିବାର ଧରି ଅନ୍ୟ ଗାଁରେ ଲୋକଙ୍କ ଗାଈ ଚରାଇ ପରିବାର ପେଟ ପୋଷୁଥିବା ଆମେ ଅନୁସନ୍ଧାନରୁ ଜାଣିବାକୁ ପାଇଲୁ।

new life
You might also like
error: Content is protected !!