News
lipub
samparksetu

ପୁଷ୍କରିଣୀରୁ ନାମକୁ ମାତ୍ର ପଙ୍କ ଉଦ୍ଧାର

ଗଁଦିଆ ବ୍ଲକର ଏକମାତ୍ର ସରକାରୀ କୃଷି ଫାର୍ମରେ ପୁଷ୍କରିଣୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ନାମକୁ ମାତ୍ର ହୋଇଥିବାର ଜଣାଯାଇଛି । ଉକ୍ତ କୃଷି ଫାର୍ମରେ ଥିବା ପୁଷ୍କରିଣୀଟି ଅନେକ ସମୟରେ କୃଷି କାର୍ଯ୍ୟରେ ପାଣି ଯୋଗାଇ ଥାଏ କିନ୍ତୁ ଦୀର୍ଘଦିନ ଧରି ଉକ୍ତ ପୁଷ୍କରିଣୀଟି ରକ୍ଷଣା ବେକ୍ଷଣ ଅଭାବରୁ ପୋତିହୋଇ ପଡ଼ିଥିଲା ଓ ତନ୍ମଧ୍ୟରେ ଅନେକ ଅନାଵନା ଓ ଅଳିଆ ଆବର୍ଜନାରେ ପୁରି ରହିଥିଲା ।

ଯାହା ଫଳରେ ପାଣିର ଅଭାବ ସମୟରେ କୃଷି କାର୍ଯ୍ୟରେ ପାଣି ଯୋଗାଣରେ ସମସ୍ୟା ରହୁଥିଲା ପାଣିର ଅଭାବ ଦୂର କରିବା ସହିତ କିପରି ଅଧିକ ମାତ୍ରାରେ କୃଷିକାର୍ଯ୍ୟ ପାଇଁ ଗଛିତ ରହିପାରିବ
ସେଥିପାଇଁ ଉକ୍ତ ବିଭାଗ ପକ୍ଷରୁ ସେହି ପୁଷ୍କରିଣୀରୁ ଜମିରହି ଥିବା ପଙ୍କ ସବୁକୁ ଉଦ୍ଧାର କରିବା ପାଇଁ ବିଭାଗ ପକ୍ଷରୁ ପ୍ରାୟ ୪ ଲକ୍ଷ ୩୯ହଜାର ଟଙ୍କା ଅନୁଦାନ ରାଶିରେ ଏହି ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

କିନ୍ତୁ ଉକ୍ତ ପୋଖରୀରୁ ସମ୍ପୂର୍ଣ୍ଣଭାବେ ରହିଥିବା ପଙ୍କକୁ ଉଦ୍ଧାର କରାନଯାଇ ନାମକୁ ମାତ୍ର ଉଦ୍ଧାର କରିବା ସହିତ ଉକ୍ତ ପଙ୍କକୁ ସେହି ପୁଷ୍କରିଣୀ ହୁଡ଼ାରେ ବିଛାଇ ଦିଆଯାଇଛି । ଯାହାଫଳରେ
ବର୍ଷାଦିନରେ ବିଛା ଯାଇଥିବା ଉକ୍ତପଙ୍କ ସବୁ ପାଣିରେ ଧୋଇହୋଇ ପୁଣି ସେହି ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରିବାର ସମ୍ଭାବନାରହିଛି ଯାହା ଫଳରେ ପୁଣି ଉକ୍ତ ପୁଷ୍କରିଣୀ ପୋତା ପଡିଯିବାର ଜଣାଯାଏ । ପ୍ରଦତ୍ତ ଅନୁଦାନ ରାଶି ଅର୍ଥରେ ସମ୍ପୂର୍ଣ୍ଣ ଭାବରେ ପଙ୍କ ଉଦ୍ଧାର କାର୍ଯ୍ୟ ନହୋଇ ନାମକୁ ମାତ୍ର ହୋଇଥିବାର ଜଣାଯାଇଛି ।

new life
You might also like
error: Content is protected !!