News
lipub
samparksetu

ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଗାଈଗୋରୁ ମୃତ୍ୟୁ ବରଣ କରୁଥିବା ବେଳେ , ଚିକିତ୍ସକଙ୍କ ନିକଟରେ ଔଷଧ ନାହିଁ !

ଶୀତ ଋତୁରେ ଗୋରୁଗାଈଙ୍କ ଠାରେ ଏଫ୍‌ଏମ୍‌ଡି(ଫୁଡ୍ ମାଉଥ ଡିଜିଜ) ନାମକ ଏକ ପ୍ରକାର ସଂକ୍ରମିତ ରୋଗ ଦେଖାଯାଇଥାଏ। ଏହା ସାଧାରଣତଃ ଫାଟୁଆ ରୋଗ ବୋଲି କହିଥାନ୍ତି। ଏହି ରୋଗ ହେଲେ ଗୋରୁ ଗୋଡ଼ ଖୁରା ନିକଟରେ କ୍ଷତ ଦେଖାଯିବା ସହ ପାଟିରେ ମଧ୍ୟ ଘାଆ ହୋଇଥାଏ।

ଏହି ରୋଗ ପାଇଁ ପ୍ରତିଷେଧକ ଟୀକା ସରକାର ପ୍ରତିବର୍ଷ ଶୀତଋତୁ ଆରମ୍ଭରୁ ଦେଇଥାନ୍ତି। କିନ୍ତୁ ଚଳିତ ବର୍ଷ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ପାରିମାଳ ଅଞ୍ଚଳର କଣ୍ଟାପାଳ, ତୁମୁସିଂହା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ପଞ୍ଚାୟତରେ ଗୋରୁଗାଈଙ୍କୁ ଏହି ରୋଗର ପ୍ରତିଷେଧକ ଟିକା ଦିଆଯାଇ ନଥିବାରୁ ଅନେକ ଗୋରୁଗାଈ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି।

ଫଳରେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ପଶୁ ସମ୍ପଦ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଥିଲେ ମଧ୍ୟ ସଠିକ୍ ସମୟରେ ଟିକା କରଣ ହୋଇନଥିବାରୁ ଅସନ୍ତୋଷ ଦେଖାଦେଇଛି।

new life
You might also like
error: Content is protected !!