News
lipub
samparksetu

ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ଏକ ବିଦ୍ୟୁତ୍ ଖୁଣ୍ଟ ବହୁ ଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା , ଯାହାକି ବାଟୋଇ ମାନଙ୍କ ପାଇଁ ବିପଦ ହୋଇ ପଡ଼ିଥିଲା ।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ ଖୁଣ୍ଟ ରହିଥିଲା ତେବେ ଏ ସ୍ଥାନ ଦେଇ ବହୁତ ଲୋକ ଯିବାଆସିବା କରନ୍ତି, କହିବାକୁ ଗଲେ ସ୍ଥାନଟି ଏକ ବ୍ୟସ୍ତ ବହୁଳ ଅଞ୍ଚଳ ,ତେଣୁ କେବେ ମଧ୍ୟ ଅଘଟଣ ଘଟିପାରେ ।

ଏ ନେଇ କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା । , ତେବେ ଖବର ପ୍ରସାରଣ ପରେ ପୋଲ ଖୁଣ୍ଟ ଟିକୁ ବଦଳାଇ ନୂଆ ଖୁଣ୍ଟ ପୋତିଛନ୍ତି ।

new life
You might also like
error: Content is protected !!