News
lipub
samparksetu

ଆବାସ ଯୋଜନା ବାଟମାରଣା ; ଆବାସ ଯୋଜନାରୁ ବଞ୍ଚିତ ନିରଞ୍ଜନ ଙ୍କ ପରିବାର

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବାଲ୍ଯାମ୍ବା ପଞ୍ଚାୟତର ଝୁନୁ ନାଏକ ସ୍ବାମୀ ନିରଞ୍ଜନ ନାଏକ। ଘର ତାଙ୍କର ବାଲ୍ଯାମ୍ବା ଗାଁରେ। ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ। ମୂଲମଜୁରୀ ଲାଗି ସ୍ବାମୀ ନିରଞ୍ଜନ ପରିବାର ଚଳାଉଛନ୍ତି।

ଗୋଟିଏ ବୋଲି ଝିଅ, ସେ ବି ଦିବ୍ଯାଙ୍ଗ। ସରକାରୀ ସହାୟତା ରୂପେ ଭତ୍ତା ପାଉଛି ଯାହା ସମୁଦ୍ରକୁ ଶଙ୍ଖେ। ଅର୍ଥ ଅଭାବରୁ ଘର ଖଣ୍ଡିଏ କରି ପାରୁ ନାହାଁନ୍ତି କି ଚାଳ ଘର ଖଣ୍ଡିଏ କୁ ମରାମତି କରିପାରନ୍ତି ନାହିଁ।

ଆବାସ ଯୋଜନାରେ ଘର ପାଇବା ତାଙ୍କ ପାଇଁ ସ୍ବପ୍ନ ହୋଇଛି। ପଞ୍ଚାୟତ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ। କେହି ତାଙ୍କ ଦୁଃଖ ଶୁଣି ନାହାଁନ୍ତି। ଘର ମିଳିବା ଦୂର କଥା! ହିତାଧିକାରୀ ତାଲିକାରେ ତାଙ୍କ ନାମ ନାହିଁ।

ପ୍ରଶାସକୁ ଅନୁରୋଧ କରିଛନ୍ତି ତାଙ୍କ ନାମ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ଘର ଖଣ୍ଡିଏ ଦେବାକୁ।

new life
You might also like
error: Content is protected !!