News
lipub
samparksetu

ତୁମୁଁସିଙ୍ଗା ସମବାୟ ସମିତି କାର୍ଯ୍ୟାଳୟ ରେ ୭ ଦିନ ହେବ ଝୁଲୁଛି ତାଲା ; ଚାଷୀ ହନ୍ତସନ୍ତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ।

ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ଅଧା ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି କରି ପାରିନଥିବାରୁ ସେମାନେ ସମବାୟ ସମିତି କାର୍ଯ୍ୟାଳୟ ତାଲା ପକାଇବା ସହ ଭାଲୁମଣ୍ଡା-ଆଲୁଅଝରଣ ରାସ୍ତା ଅବରୋଧ କରିଥିଲେ।

ଜିଲ୍ଲା ଯୋଗାଣ ଅଧିକାରୀ ଫୋନ ମାଧ୍ୟମରେ ସ୍ଥାନୀୟ ସରପଞ୍ଚଙ୍କୁ ଆଶ୍ଵସନା ଦେବା ପରେ ଉତ୍ତ୍ୟକ୍ତ ଚାଷୀ ଧାରଣାରୁ ଓହରି ଥିଲେ। ଏହା ମଧ୍ୟରେ ସପ୍ତାହେ ଉପରେ ସମୟ ବିତି ଯାଇଥିଲେ ବି ଚାଷୀଙ୍କ ସମସ୍ୟା ସମାଧାନ ପାଇଁ କୌଣସି ସୂଚନା ନାହିଁ। ସେହି ଦିନ ଠାରୁ ଆଜି ସୁଦ୍ଧା ସମବାୟ କାର୍ଯ୍ୟାଳୟରେ ତାଲା ଝୁଲୁଛି।

ସୂଚନା ମୁତାବକ ଯେଉଁ ଚାଷୀ ଜାନୁଆରୀ ମାସ ୨୬ ଓ ତା ପରବର୍ତ୍ତୀ ତାରିଖରେ ମଣ୍ଡିରେ ଧାନ ଦେବା ପାଇଁ ଟୋକନ ପାଇଥିଲେ, ସେମାନଙ୍କ ଠାରୁ ଧାନ କ୍ରୟ କରାଯାଇ ନାହିଁ।

new life
You might also like
error: Content is protected !!