News
lipub
samparksetu

ତୁମୁଁସିଙ୍ଗା ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କ୍ରୟ କରିବାରେ ଅନିୟମିତତା ଅଭିଯୋଗ

ଚଳିତ ବର୍ଷ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ ପଞ୍ଜିକୃତ ଅର୍ଦ୍ଧାଧିକ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ। ଧାନ ବିକ୍ରି କରି ନପାରି ଥିବା ଚାଷୀ ଧାରଣାରେ ବସିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି।

ତେବେ ବେନାମୀ ଚାଷୀଙ୍କ ମାଧ୍ୟମରେ ସମବାୟ ସମିତିର କର୍ମଚାରୀ ଧାନ କରିଥିବା ଅଭିଯୋଗ କରିଛନ୍ତି ଏହି ସମବାୟ ସମିତି ଅଧିନରେ ଆସୁଥିବା କନ୍ତିଓପୁଟସାହିର ଚାଷୀ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେମାନେ ପ୍ରକାଶ କରିଛନ୍ତି।

ସମବାୟ ସମିତିର ସମ୍ପାଦକ ଶରତ ଚନ୍ଦ୍ର ସାହୁ, ସହ ସମ୍ପାଦକ ରାଧାମୋହନ ସାମଲ ଓ ଡାଟା ଏଣ୍ଟ୍ରି ଅପରେଟର ଦିପ୍ତିକାନ୍ତ ନାଏକ(ଦିଲିପ) ଲାଞ୍ଚ ନେଇ ବେନାମୀ ଚାଷୀଙ୍କ ନାମ ପଞ୍ଜିକୃତ କରି ସେମାନଙ୍କ ମାଧ୍ୟମରେ ଧାନ ମଣ୍ଡିରେ ବିକ୍ରି କରିଛନ୍ତି। ଯେଉଁ କାରଣରୁ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନପାରି ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଆଜି କନ୍ତିଓପୁଟସାହି ଗାଁ ର ଅନେକ ଚାଷୀ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

new life
You might also like
error: Content is protected !!