News
lipub
samparksetu

ଦିବ୍ୟlଙ୍ଗ ମୁହଁରୁ ଛଡେଇ ନେଲେ ଆହାର !

ସରକାର ଦିବ୍ୟlଙ୍ଗ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି।କିନ୍ତୁ ତଳ ସ୍ତରରେ ଅଧିକାରୀ କିଛି ତଦନ୍ତ ନକରି ମୁହଁରୁ ଆହାର ଛଡାଇ ନେବା ଘଟଣା ସବୁମହଲରେ ନିନ୍ଦନୀୟ ହୋଇଛି।

ଭୁବନ ଵିଜ୍ଞାପିତ ପରିଷଦ ତିନି ନମ୍ବର ୱାର୍ଡ ନୂଆ ଭୁବନର ଗଦାଧର ସାହୁଙ୍କୁ ୫୭ବର୍ଷ ହେଲାଣି।ଘରେ ପତ୍ନୀ ରଙ୍ଗବତୀ ଓ ଏକମାତ୍ର ପୁଅ ପିଣ୍ଟୁକୁ ନେଇ ପରିବାର।କିନ୍ତୁ ପିଣ୍ଟୁ ଜଣେ ଦିବ୍ୟlଙ୍ଗ ପୁଣି ସତ ପ୍ରତିଶତ।ପିଣ୍ଟୁକୁ ମିଳୁଥିଲା ପ୍ରତି ମାସରେ ଚାଉଳ ହେଲେ ତାର ଆଧାର କାର୍ଡ ହୋଇପାରୁନାହିଁ।ଏମିତି ହୋଇଛି ଯେ ହାତର ଆଙ୍ଗୁଠି ଆଉ ଆଖି କମ୍ପ୍ୟୁଟରରେ ସ୍କାନିଂ ହେଉ ନଥିବାରୁ ଆଧାର କାର୍ଡ ହୋଇ ପାରୁନାହିଁ।

ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛନ୍ତି ପରିବାର।ଆଧାର କାର୍ଡ ନ ହେବାରୁ ଅଧିକାରୀ ଆଠ ମାସ ହେଲା ଚାଉଳ ଦେବା ବନ୍ଦ କରିଦେଲେ।ଏବେ କଣ କରିବେ ପରିବାର,ବୃଦ୍ଧ ବୟସରେ ପରିବାରର ବୋଝ ମୁଣ୍ଡେଇବାକୁ ଦେହରେ ବଳ ନାହିଁ। ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିବା ସାର ହେଉଛି।ସମସ୍ତଙ୍କୁ ମିଳୁଛି ହେଲେ ପିଣ୍ଟୁଙ୍କ ପରିବାର ପାଇଁ ସମସ୍ତେ ନିଷ୍ଠୁର ହୋଇ ଯାଇଛନ୍ତି।

ଘର କି ଭତ୍ତା କି ଚାଉଳ ନାହିଁ। ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁଙ୍କ ସହିତ ଯୋଗାଯୋଗ କଲେ ସେ କହୁଛନ୍ତି ଏ ବିଷୟରେ ଏବେ ସେ ଜାଣିଲେ ତଦନ୍ତ କରି ପଦକ୍ଷେପ ନେବେ।

ଥିଲା ଵାଲା ଘର ଚାଉଳ ଭତ୍ତା ହାତେଇ ନେଉଥିବା ବେଳେ ଜଣେ ଦିବ୍ୟାଙ୍ଗ ପରିବାର ମୁହଁରୁ ଦାନା ଛଡାଇ ଆଠ ମାସ ହେବ ଚୁପରହିଛି ପ୍ରଶାସନ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ।

new life
You might also like
error: Content is protected !!