News
lipub
samparksetu

ବିଦ୍ୟାଳୟ ତୋରଣ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୋରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଦର୍ଶାଇ ଗ୍ରାମାବାସୀ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସରକାରଙ୍କ ତରଫରୁ ପଞ୍ଚାୟତ ରାଜ ବିଭାଗ ଦ୍ୱାରା ବିଦ୍ୟାଳୟର ଗେଟ କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟକୁ ଜନୈକ ଠିକାଦାର କରୁଥିବା ବେଳେ ସେ ନିମ୍ନମାନର ମେଟେରିଆଲ ବ୍ୟବହାର କରି କାର୍ଯ୍ୟ କରୁଥିବାର ଜଣାପଡିଛି । ଏପରିକି ବିଦ୍ୟାଳୟ କମିଟିର ଅଗୋଚରରେ ଏହି କାର୍ଯ୍ୟ କରାଯାଉଥିବାର କମିଟର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ।

କାର୍ଯ୍ୟକୁ ନେଇ ଅଭିଭାବକ,ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବିଦ୍ୟାଳୟ ଗେଟଟି ଷ୍ଟିଲରେ କରାଯିବାର ନିୟମ ଥିଲେ ମଧ୍ୟ ତାକୁ ଲୁହାରେ କରାଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବିଭାଗୀୟ ଜେଇଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଏହାକୁ କର୍ଣ୍ଣପାତ କରୁନଥିବାର ଜଣାପଡିଛି ।

ଶେଷରେ ନିରୁପାୟ ହୋଇଗ୍ରାମବାସୀ ,ଅଭିଭାବକ ମାନେ ଲିଖିତ ଭାବରେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ କରାଇ ଷ୍ଟିଲ ଗେଟ ଲଗାଇବାକୁ ଗ୍ରାମର ପ୍ରମୋଦ କୁମାରବିହାରୀ,ବିପିନ କୁମାର ବାରିକ,ସବିତା ସାହୁ,ଶାନ୍ତିଲତା ପୃଷ୍ଟି,ଅଜୟ କୁମାର ସାହୁଙ୍କ ସହିତ ଅନ୍ୟମାନେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ,ପିଡିଡିଆରଡିଏ,୫ଟି ସଚିବଙ୍କୁ ଅବଗତ କରାଯାଇଛି ।

new life
You might also like
error: Content is protected !!