ରସିକିୟା ଶିକ୍ଷକର ନିର୍ଯ୍ୟାତନା ବିରୁଦ୍ଧରେ ମୁହଁ ଖୋଲିଲେ ନବମ ଶ୍ରେଣୀ ଛାତ୍ରୀ । ମୁହଁ ପୋଛିବା ପାଇଁ ମାଗନ୍ତି ଝିଅଙ୍କ ଓଢ଼ଣୀ। ଶୌଚଯିବାକୁ କହିଲେ ସାଙ୍ଗରେ ଯିବାକୁ କୁହନ୍ତି ଶିକ୍ଷକ ।ନିର୍ଯ୍ୟାତନା ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଜଣାଇଲେ ଛାତ୍ରୀ ।ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରିଲେ ପରିବାର ଲୋକେ ।ବସିଲା ଜରୁରୀ କାଳୀନ ବୈଠକ ।
ଘଟଣା ଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୂର୍ଦଙ୍ଗା ପଞ୍ଚାୟତ ଅନ୍ତର୍ଗତ ଅଁଳାଝରି ଗ୍ରାମର ଜମେଶ୍ୱର ଉଚ୍ଚ ବିଦ୍ୟାଳୟରେ।ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ ନବମ ଏବଂ ଦଶମ ଶ୍ରେଣୀ ଥିବା ବେଳେ ଏଠାରେ କାର୍ଯ୍ୟରତ ଅଛନ୍ତି ସମୁଦାୟ ୪(ଚାରି) ଜଣ ଶିକ୍ଷକ ।ତାହାରି ମଧ୍ୟରୁ ମନୋଜ କୁମାର ବାରିକଙ୍କ ନାମରେ ଆସିଛି ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ।ବର୍ତ୍ତମାନ ତ ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ର ତାଲିକା କାହାକୁ ବା ଅଛପା ।ତେବେ ପୂର୍ବ ଘଟଣାରେ ନିର୍ଯାତିତା ପ୍ରାୟ ଅଧିକାଂଶ କଲେଜ ଛାତ୍ରୀ ହୋଇଥିବା ବେଳେ ଆଜିର ଘଟଣାଟି ଅନେକାଂଶରେ ସମ୍ପୁର୍ଣ୍ଣ ସମ୍ବେଦନଶୀଳ। ତେବେ ଛାତ୍ରୀଙ୍କ ନାମ ଠିକଣାକୁ ପରିବାର ଲୋକେ ପ୍ରକାଶ କରିବାକୁ ମନାକରିଥିବାରୁ ଏହାକୁ ଆମେ ଗୋପନ ରଖୁଛୁ ।ମାତ୍ର ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି। ଅଭିଯୋଗ ପାଇବା ମାତ୍ରେ କରିଛନ୍ତି ଜରୁରୀ କାଳୀନ ବୈଠକ। ଅଧିବେଶନ କରାଯାଇ ଏହି ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ଏହାର ନକଲ ଜିଲ୍ଲା ଶିକ୍ଷା ଅଧିକାରିଣୀ ଏବଂ ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ପରିଚାଳନା କମିଟି। ତେବେ ଏହା ଉପରେ ତୁରନ୍ତ ପଦେକ୍ଷପ ନିଆନଗଲେ ଆଗାମୀ ସମୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି କହିଛନ୍ତି କମିଟି ସଭାପତି । ଏହି ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ପୂର୍ନେନ୍ଦୁ ଭୂଷଣ ମଲ୍ଲିକ ଆଜି ଜାଣିବାକୁ ପାଇଛନ୍ତି ବୋଲି କହିଥିଲେ। ୨ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳ ପାଇଁ ଅଡି ବସିଛନ୍ତି ଗ୍ରାମବାସୀ।
