News
lipub
samparksetu

୨ ଶିକ୍ଷକ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଢ଼େଙ୍କାନାଳ ଜିଲ୍ଲାର ଶ୍ରେଷ୍ଠ (ମାଧ୍ଯମିକ ଶିକ୍ଷକ ପୁରସ୍କାର ) ପାଇବା ନିମନ୍ତେ ଭୁବନ ବ୍ଲକରେ କାର୍ଯ୍ୟରତ ମନୋନୀତ ୨ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ଭୁବନ ବ୍ଲକ ଅନ୍ତର୍ଗତ ବାଳିବୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ ମାତୃଭାଷା ଓଡିଆରେ ଜିଲ୍ଲାସ୍ତରୀୟ ସର୍ବଶ୍ରେଷ୍ଠ ଶିକ୍ଷକ ଭାବରେ ମନୋନୀତ ହୋଇଥିବା ବେଳେ ଟୁକୁ ବେହେରା ତୃତୀୟ ଭାଷା ସଂସ୍କୃତରେ ଜିଲ୍ଲାସ୍ତରୀୟ ସର୍ବଶ୍ରେଷ୍ଠ ଏକମାତ୍ର ଶିକ୍ଷକ ଭାବରେ ମନୋନୀତ ହୋଇଛନ୍ତି । ଜିଲ୍ଲାସ୍ତରୀୟ ସର୍ବଶ୍ରେଷ୍ଠ ଶିକ୍ଷକ ଭାବରେ ମନୋନୀତ ହୋଇ ନିଜ ବିଦ୍ୟାଳୟ ତଥା ନିଜ ବ୍ଲକ ଓ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଶିକ୍ଷକଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି ।

new life
You might also like
error: Content is protected !!