ଭୁବନ ବ୍ଲକ ବାରୁଆଁ ପଞ୍ଚାୟତ ର ମଙ୍ଗଳା ମନ୍ଦିର ରାସ୍ତା ରୁ ସେନେନ୍ଦା ଦେଇ ଧଳପଡ଼ା ଗ୍ରାମ କୁ ନିର୍ମାଣ ହେଉଥିବା ରାସ୍ତା ୨୦୨୪ ମସିହା ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲା । ମାତ୍ର ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଛନ୍ତି ନିର୍ମାଣ କାର୍ଯ୍ୟ। ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପୋଲ ଓ ରାସ୍ତା ଉଦଘାଟନ ପୂର୍ବରୁ ଭାଙ୍ଗିଯାଇଛି।
ତେବେ ରାସ୍ତାଟି ବର୍ତ୍ତମାନ ଯାତାୟତ ଉପଯୋଗୀ ହୋଇ ପାରୁନାହିଁ। ଏହି ରାସ୍ତାଦେଇ ବାରୁଁଆ ଗ୍ରାମ ର ୩୦୦ ଚାଷୀ ଧନେଇ ନାଳ ପାର ହୋଇ ଯାଉଥିଲେ। ପୋଲ ନିର୍ମାଣ କରିବା ପରେ ଚାଷୀ ମାନେ ଆଶା କରିଥିଲେ ଏହି ରାସ୍ତାରେ ଟ୍ରାକ୍ଟର ହଳ ନେଇ ଜମିକୁ ଯାଇଥାନ୍ତେ ।କିନ୍ତୁ ଚଳିତ ବର୍ଷ ଚାଷୀ ମାନେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। ଏହି ପୋଲ ଶୁଭାରମ୍ଭ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ। ଶିଳାନ୍ୟାସ ଫଳକଟି ରାସ୍ତାର ପଶ୍ଚିମ ଦିଗରେ ଏକ ଗଛ ମୂଳରେ ଥିଲା। ରାସ୍ତା ହେବା ପରେ କର୍ମୀ ମାନେ ଫଳକକୁ ଉଠାଇ ପୂର୍ବଦିଗରେ ଏକ ବିଲ ହୁଡ଼ାରେ ସ୍ଥାପନ କରାଯାଇଛି । କାର୍ଯ୍ୟ ଶେଷ ହେବାର ମାତ୍ର ୧୫ ଦିନ ମଧ୍ୟରେ ପୋଲ ନିକଟସ୍ଥ ରାସ୍ତା ଧସି ଯାଇଛି। ହାତ ମାରିଲେ ପିଚୁ ଉଠାଯାଉଛି। ଏହି ରାସ୍ତାରେ ୩ ଟି କଲଭର୍ଟ କାର୍ଯ୍ୟ ଅଧାପନ୍ତରିଆ ହୋଇଛି। ମଙ୍ଗଳା ମନ୍ଦିର ଠାରୁ ପୋଲ ପର୍ଯ୍ୟନ୍ତ ରାସ୍ତା ରେ ବାଇକ ଯିବା କଷ୍ଟକର।
ଚାଷୀଙ୍କ ସୁବିଧା ପାଇଁ ଏହି ରାସ୍ତା ପୋଲ ନିର୍ମାଣ କରାଯାଇଛି। ଠିକାଦାର ଙ୍କ ମନମୂଖୀ କାର୍ଯ୍ୟ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାରେ ଏବେ ଟ୍ରାକ୍ଟର ଯିବାକୁ ଚାଷୀ ମାନେ ଭୟ କରୁଛନ୍ତି। ଅବିଳମ୍ବେ ସମସ୍ୟା ର ସମାଧାନ କରାନଗଲେ ଚାଷୀ ମାନେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ବାଲୁଙ୍କେଶ୍ଵର ପାଣି ପଞ୍ଚାୟତର ସଭାପତି ବିଜୟ କୁମାର ମହାନ୍ତି।
