ସହିଦ୍ ବୀର୍ ବାଜିରାଉତଙ୍କ ଗ୍ରାମ ନୀଳକଣ୍ଠପୁରରେ ଗୁରୁବାର ପିଚୁ ଢଳେଇ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ ପ୍ରିୟା ମୁଣ୍ଡା ଆଦିବାସୀ କିନ୍ତୁ ନାହିଁ ଜାତି ପ୍ରମାଣ ପତ୍ର। ଫଳରେ ପ୍ରିୟାଙ୍କୁ ମିଳୁନି ଆଦିବାସୀ ଛାତ୍ରବୃତ୍ତି ।ଖାଲି ପ୍ରିୟା ନୁହେଁ ତାର ଭାଇ ଶିବ ଓ ଭଉଣୀ ଲଭଲି । ପ୍ରଶାସନ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ସୂଚନାଯୋଗ୍ୟ , ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତର ବେଲପାଳ ଗ୍ରାମର ମୁଣ୍ଡାଙ୍କ ସ୍ଵାମୀ କାମଧନ୍ଦା ଅନ୍ୱେଷଣରେ ସୁକିନ୍ଦା ଖଣି ଅଞ୍ଚଳକୁ ୫୦ ବର୍ଷ ପୂର୍ବେ ମୟୁରଭଞ୍ଜ ରୁ ଆସିଥିଲେ ,ପରେ ରସମଣିଙ୍କୁ ବିବାହ କରି ବୋହୂ ଭାବେ ଆଣିଥିଲେ। ତାଙ୍କର ଏକମାତ୍ର ପୁଅ ରାଉତ ମୁଣ୍ଡା ଜନ୍ମ ହୋଇଥିଲେ। ୩୨ ବର୍ଷ ବୟସରେ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ। ରୋଗରେ ପୀଡିତ ଅବସ୍ଥାରେ ତାଙ୍କ ସ୍ତ୍ରୀ ରାଉତ ମୁଣ୍ଡାଙ୍କୁ ଛାଡି ଅନ୍ୟ ଜଣେ ପୁରୁଷ ସାଥିରେ ୩ ନାବାଳକ ପିଲାଙ୍କୁ ଛାଡି ପଳାଇ ଯାଇଛନ୍ତି। ସେହିଦିନ ଠାରୁ ପ୍ରିୟାର ଜେଜେ ମା ହାଣ୍ଡିଆ ବିକି ୩ ନାବାଳକଙ୍କୁ ପୋଷୁଛନ୍ତି। ୧୯୯୯ ମସିହା ମହାବାତ୍ୟାରେ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି।
ଯେଉଁ ସ୍ଥାନରେ ଘର ଅଛି ତାହା ଜଙ୍ଗଲ କିସମ ଅଟେ। ପରିବାରରେ କାହାକୁ ବି ମିଳିନି ଜମି ପଟା। ଫଳରେ ମିଳୁନି ଆଦିବାସୀ ପ୍ରମାଣ ପତ୍ର ବୋଲି କୁହନ୍ତି ଗ୍ରାମ ମୁରବୀ ଜଗବନ୍ଧୁ ପୁର୍ତ୍ତୀ ।ବାପା ମା ନଥିବା ଛାତ୍ର ଛାତ୍ରୀଙ୍କୁ ବାତ୍ସଲ୍ୟ ଯୋଜନାରେ ଆବେଦନ ନିମନ୍ତେ ଦରକାର ବ୍ୟାଙ୍କ ପାଶ୍ ବହି ସହିତ ଆନୁସାଙ୍ଗୀକ କାଗଜ ,ଯାହା ଆଜି ବି ପୁରଣ ହୋଇପାରୁନାହିଁ ବୋଲି କୁହନ୍ତୁ ଅଙ୍ଗନବାଡି କର୍ମୀ ଗମାରୀ ଗାଗରାଇ। ଡମଶାଳ ଆଶ୍ରମ ସ୍କୁଲରେ ପ୍ରିୟା ୮ ମ ଶ୍ରେଣୀରେ ପଢ଼େ। ଗ୍ରୀଷ୍ମଛୁଟି ପରେ ସେ ସ୍କୁଲକୁ ଆସୁନାହିଁ। ତାର ଆଦିବାସୀ ପ୍ରମାଣ ନଥିବାରୁ ହଷ୍ଟେଲରେ ରଖିପାରୁ ନାହୁଁ । ସେ ମଜୁରୀ ଖଟିବାକୁ ଯାଇଥିବା କଥା ଜଣାନାହିଁ ବୋଲି କୁହନ୍ତି ଡମଶାଳ ଆଶ୍ରମ ହାଇ ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ଦାସ। ଆମ ଗାଁ ସ୍କୁଲର ଛାତ୍ରୀ ପ୍ରିୟା। ତାର ଭଉଣୀ ମଧ୍ୟ ଏଠାରେ ପଢ଼େ। ଆମେ ହେଳା କରିନୁ ।ଜାତିପ୍ରମାଣ ପତ୍ର ପାଇଁ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦରଖାସ୍ତ କରିଥିଲେ ଵର୍ଷେ ପରେ ବି ଫଳ ଶୂନ୍ୟ ବୋଲି କୁହନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ରିପୂନ କୁମାର ଷଣ୍ଢ ।ତେବେ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ଏହି ପରିବାର ସଂପର୍କରେ ସୂଚନା ପାଇ ସହଯୋଗ ର ହାତ ବଢାଇଛନ୍ତି ଅନେକ ସମାଜସେବୀ ।
