News
lipub
samparksetu

ପେଟର ଭୋକ ମାରିବାକୁ ପ୍ରିୟା ସାଜିଛି ଶିଶୁ ଶ୍ରମିକ

ବାଜିରାଉତ ଗାଁ ନୀଳକଣ୍ଠ ପୁରକୁ ବରପୁତ୍ର ଏତିହ୍ଯ ଗ୍ରାମ ଭାବରେ ଘୋଷାଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗାଁର ଚାଷୀ ମାନଙ୍କ ଜମିକୁ ବାଉଁଶପୋଲ ବଦଳରେ ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଲା ପୋଲ। ପୋଲ ସଂଲଗ୍ନ ରାସ୍ତା ଢୋ ଢୋ ବର୍ଷାରେ ଚାଲିଛି କାର୍ଯ୍ୟ। ଏହି କାର୍ଯ୍ୟରେ ଭୁବନ ବ୍ଲକ ଓଡିଶ ପଞ୍ଚାୟତ ତମଶାଳ ସ୍କୁଲରେ ପାଠ ପଢୁଥିବା ବାପ ମା ଛେଉଣ୍ଡ ଅଷ୍ଟମ ଶ୍ରେଣୀର ପ୍ରିୟା ମୁଣ୍ଡା ସହିତ ପାଞ୍ଚରୁ ୬ଜଣ ନାବାଳକ ନାବାଳିକା କାମରେ ଲଗାଇଛି ଠିକାଦାର l ଏଠାରେ ଗ୍ରାମ ଉନ୍ନୟନ ବିଭାଗ ର କୈଣସି ବିଭାଗୀୟ ଅଧିକାରୀ ନାହାନ୍ତି। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସୂଚନା ଦିଆଯିବାର ୨ଘଣ୍ଟା ପରେ ଜିଲାର ଶ୍ରମ ବିଭାଗ ପହଂଚି ଥିଲେ। ସେତେ ବେଳକୁ କାର୍ଯ୍ୟ କରୁଥିବା ଠିକାଦାର ଓ ଶ୍ରମିକ ଜାଗା ଛାଡି ପଳାଇଥିଲେ। ବିଳମ୍ବରେ ଆସି ହତାଶରେ ଫେରିଥିଲେ ଜିଲା ଶ୍ରମ ବିଭାଗର ସ୍ଵତନ୍ତ୍ର ଅଧିକାରୀ ସଂଗ୍ରାମ ଦଳେଇ ।

ଏହି କାର୍ଯ୍ୟଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ହେଉଥିଲେ ବି ଏଠି ନା ଥିଲେ କନିଷ୍ଠ ଯନ୍ତ୍ରୀ, ନା ସହକାରୀ ଯନ୍ତ୍ରୀ ନା ନିର୍ବାହୀ ଯନ୍ତ୍ରୀ। ସ୍ଥାନୀୟ ଅଧିବାସୀ ଓ ସାମ୍ବାଦିକ ସଂଘ ପକ୍ଷରୁ ଜିଲା ପ୍ରଶାସନ, ଉପ ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ଶିଶୁ ଶ୍ରମିକ ନିରୋଧ ବିଭାଗ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଜଣାଇଥିଲେ ବି କେହି ପହଞ୍ଚିନଥିଲେ । ତେବେ ୬.୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ଓ ପୋଲ ନିର୍ମାଣରେ ଗ୍ରାମ ଉନ୍ନୟନ ବିଭାଗର ଅଧିକାରୀ କରୁଛନ୍ତି କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି କାର୍ଯ୍ୟ ୪.୨ .୨୦୨୪ରେ ତତ୍ କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉଦଘାଟନ କରିଥିଲେ। ବିଜେପି ସରକାରର ବର୍ଷ ପୂର୍ତ୍ତୀରେ ମୋଦିଜୀ ଏହି ଗ୍ରାମକୁ ଏତିହ୍ଯ ଗ୍ରାମ ଘୋଷଣା କରିଥିଲେ। ଏହି ଗାଁର ମୁରବି ବିମ୍ବାଧର ମଲ୍ଲିକ କୁହନ୍ତି ଏହା ଆମ ଗ୍ରାମ ପାଇଁ ଲଜ୍ଜାର ବିଷୟ। ଆମେ ଧନ୍ଯବାଦ୍ ଦେଉଛୁ ବାଉଁଶ ପୋଲ ରୁ ସୁଉଚ ପୋଲ ପାଇଁ ।ନିନ୍ଦା କରୁଛୁ ବର୍ଷାରେ ପିଚୁ କାମ ଓ ବାପା ମା ଛେଉଣ୍ଡ ଶିଶୁ ଶ୍ରମିକ ପାଇଁ। ଶିଶୁ ଶ୍ରମିକ ଶ୍ରୀରାମ ହଇବୁରୁ କୁହନ୍ତି ଆମକୁ ସୁଶାନ୍ତ ବାବୁ ଡାକିଥିଲେ ଆମେ ୪ ଜଣ ଛୋଟ ପିଲା କାମକୁ ଆସିଚୁ। ଆମକୁ ଦିନକୁ ୩୦୦ ଟଙ୍କା ଦିଅନ୍ତି।

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିବ ଜ୍ୟୋତି ସାହୁ କୁହନ୍ତି ଆମର କନିଷ୍ଠ ଯନ୍ତ୍ରୀ ନାହାନ୍ତି। ସହକାରୀ ଯନ୍ତ୍ରୀ ଙ୍କୁ ଦାୟିତ୍ଵ ଦିଆଯାଇଛି। ବର୍ଷା ରେ କାର୍ଯ୍ୟ ତଦନ୍ତ ହେବ। ଶିଶୁ ଶ୍ରମିକ କଥାକୁ ବି ବିଚାର କରାଯିବ।

new life
You might also like
error: Content is protected !!