News
lipub
samparksetu

ଗାଁ ରାସ୍ତା ସଙ୍ଗୀନ , ହନ୍ତସନ୍ତ ହେଉଛନ୍ତି ସ୍କୁଲ ପିଲା

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅଧିନସ୍ଥ ବ୍ରାହ୍ମଣବେଡିଆ ଗାଁ ରାସ୍ତା ସଙ୍ଗୀନ, ହନ୍ତସନ୍ତ ହେଉଛନ୍ତି ସ୍କୁଲ ପିଲା ଓ ଗ୍ରାମବାସୀ ।ବର୍ଷା ହେଲେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପାଠ ପଢା ପିଲାଙ୍କ ପାଇଁ ଚିନ୍ତାର କାରଣ ବଢ଼ାଇ ଦେଉଛି ଗାଁ ରାସ୍ତା ।

ଏହି ଗାଁ କୁ ଯିବା ପୂର୍ବରୁ ହାତିଲୁଚାଣି ଗାଁ ରହିଥିବାରୁ ଉଭୟ ଗ୍ରାମର ମଧ୍ୟ ଭାଗରେ ରାସ୍ତା ପାର୍ଶ୍ୱକୁ ଲାଗି ହାତିଲୁଚାଣି , ବ୍ରାହ୍ମଣବେଡିଆ ନାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟ ସମ୍ମୁଖରେ ବ୍ରାହ୍ମଣବେଡିଆ ଗ୍ରାମର ଲୋକମାନେ ଚଳପ୍ରଚଳ କରୁଥିବା ବେଳେ ଏପରି ଏକ ସଙ୍ଗୀନ ଦୃଶ୍ୟ ଦେଖିବାକୁ ମିଳିଛି ବିଦ୍ୟାଳୟ ନିକଟରେ । ବିଦ୍ୟାଳୟକୁ ଲାଗି ରାସ୍ତାର ଉଭୟ ପାର୍ଶ୍ବରେ ଲୋକଙ୍କ ଖତ ଗାଡିଆ ରହିଛି ।ବର୍ଷା ହେଉ କିମ୍ବା ପବନ ହେଉ ଖତ ଗାଡ଼ିଆରୁ ନିର୍ଗତ ହେଉଥିବା ଦୁର୍ଗନ୍ଧରେ ବିଦ୍ୟାଳୟ କୋମଳମତି ପିଲାଙ୍କର ଚାଲିଛି ପାଠ ପଢା ସାଙ୍ଗକୁ ମଧ୍ୟାହ୍ନ ଭୋଜନ । ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ସତେ ଯେପରି କୋମଳମତି ପିଲାଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ଦେଇଛି । ବର୍ତ୍ତମାନ ସମୟରେ ମେଲେରିଆ , ମଶା ମାଛି , ଡାଇରିଆ ଏହିପରି ଅନ୍ୟ କେତେକ ସ୍ଵାସ୍ଥ୍ୟଗତ ସମସ୍ୟା ଉପରେ ଯତ୍ନଶୀଳ ରହିବାକୁ ସରକାର ଡିଣ୍ଡିମ ପିଟି ଜନସଚେତନ କରୁଥିବା ବେଳେ ଏଠାରେ ଏହାର ବିପରୀତ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ପାଣିରେ ବ୍ରାହ୍ମଣବେଡିଆ ଗ୍ରାମର ସ୍କୁଲ କଲେଜ ପିଲା ହନ୍ତସନ୍ତ ହୋଇ ପାଠ ପଢିବାକୁ ଯାଉଥିବା ବେଳେ ଗ୍ରାମବାସୀ ଏଥିରୁ ବାଦ୍ ପଡୁନାହାନ୍ତି ଏପରି ସମସ୍ୟାରେ ରହିଥିବା ଗ୍ରାମବାସୀଙ୍କ ପାଇଁ ସତେ ଯେପରି ପ୍ରଶାସନ ଓ ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ଦୃଷ୍ଟି ଗୋଚର ନହେବା ଦୁର୍ଭାଗ୍ୟ ଜନକ । ଅଳିଆ ଅପରିଷ୍କାର ଖତ ଗାଡିଆ ପାଣିର ଦୁର୍ଗନ୍ଧ ସାଙ୍ଗକୁ ରାସ୍ତାର କୃତିମ ପାଣି ଗାଁ ଲୋକଙ୍କ ଠାରେ ଚର୍ମ ରୋଗର ଲକ୍ଷଣ ଓ ଅନ୍ୟ ରୋଗର ଲକ୍ଷଣ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ , ରାସ୍ତାରୁ କୃତ୍ରିମ ପାଣି ନିଷ୍କାସନ ନହେବାର ମୁଖ୍ୟ କାରଣ ହୋଇଥିବାରୁ ତୁରନ୍ତ ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଜଣାଇଛନ୍ତି ।

new life
You might also like
error: Content is protected !!