News
lipub
samparksetu

ଶିକ୍ଷକ ଅଭାବକୁ ନେଇ ଚଣ୍ଡୀପାଳ ବିଦ୍ୟାଳୟରେ ପଡିଲା ତାଲା

ଦୀର୍ଘ୍ୟ ଦିନ ହେଲା ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ନେଇ ବିଦ୍ୟାଳୟ ପରିଚାଳନା କମିଟ୍ ଅଭିଯୋଗ କରିଆସୁଥିଲେ । କିନ୍ତୁ ଶିକ୍ଷାଧିକାରୀଙ୍କଠାରୁ କୌଣସି ସୁଫଳ ନପାଇ ବୁଧବାର ବିଦ୍ୟାଳୟର ଫାଟକରେ ତାଲା ପକାଇଛନ୍ତି ଗ୍ରାମବାସୀ ଓ କମିଟ୍ ମେମ୍ବର । ଯାହାଫଳରେ କି ଫାଟକ ବାହାରେ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ସରକାରୀ ଉପ୍ରା ବିଦ୍ୟାଳୟ ଚଣ୍ଡିପାଳ ଗ୍ରାମରେ ।

ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମୋଟ ପ୍ରଧାନ ଶିକ୍ଷକଙ୍କ ସହିତ ଚାରି ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଯାହା ଫଳରେକି ପିଲାମାନଙ୍କର ପାଠପଢାରେ ବ୍ୟାଘାତ ଘଟୁଛି ।ଛାତ୍ରୀ ମଧୁସ୍ମିତା ବେହେରା କୁହନ୍ତି
ଅଧିକ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ପରବର୍ତ୍ତୀ ମୁହର୍ତରେ ଆନ୍ଦୋଳନ କରାଯିବ । ପରିଚାଳନା କମିଟି ସଭାପତି ଗଣେଶ୍ବର ମାଝି କୁହନ୍ତି ଆମ ସ୍କୁଲ ର ଗୁଣାତମକ ଦୃଷ୍ଟି ରୁ ଉତ୍ତମ ଶିକ୍ଷକଙ୍କୁ ଡେପୁଟେସନରେ ନିଆ ଯାଉଥିବାରୁ ଆମେ ବିରୋଧ କରୁଛୁ। ଏ ବି ଇ ଓ ଦୁଷ୍ମନ୍ତ ବାବୁ ଆମକୁ କହିଛନ୍ତି ଗୋଟିଏ ସପ୍ତାହ ମଧ୍ୟରେ ଶିକ୍ଷକ ସମସ୍ୟା ସମାଧାନ ହେବ। ଶିକ୍ଷକ ଦୀପ୍ତି ରଞ୍ଜନ ପାଲ ଙ୍କ ଡେପୁଟେସନ ଆଦେଶ ପ୍ରତ୍ୟାହାର କରା ନଗଲେ ଆନ୍ଦୋଲନ କରାଯିବ ।

new life
You might also like
error: Content is protected !!