News
lipub
samparksetu

ମେଗାଜଳ ପ୍ରକଳ୍ପରେ ଅନିୟମିତତା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଓଡାପଡା ବ୍ଲକ ପାଇଁ ତତ୍କାଳୀନ ରାଜ୍ୟ ସରକାର ୨୦୨୨ମସିହାରେ ବ୍ରାହ୍ମଣିନଦୀରୁ ଛ’ଶହ କୋଟିଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ସେହିଦିନଠାରୁ କାର୍ଯ୍ୟମଧ୍ୟ ଚାଲୁରହିଛି।ବ୍ରlହ୍ମଣି ନଦୀର ମେନ ଷ୍ଟ୍ରଶ୍ଚରରୁ ଭାୟା ଗୌଡ଼କାଟେଣୀ ଦେଇ ଗୁଡ଼ିଆକାଟେଣୀ-ହିନ୍ଦୋଳସଦର -ରସୋଳ ଅଞ୍ଚଳର ମୁଖ୍ୟରାସ୍ତା ଦେଇ ରାସ୍ତାପାର୍ଶ୍ୱ ଖୋଳାଯାଇ ଏହି ପାଇପଲାଇନ ବସୁଛି ଏବଂ ସାତମାଇଲ ଛକ ନିକଟରେ ପାଣି ଷ୍ଟୋରେଜପାଇଁ ଏକଲକ୍ଷନିୟୁତ ମିଲିଲିଟରର ଏକ ପାଣି ଟାଙ୍କି ନିର୍ମାଣଧୀନ ଅଛି ।

ତେବେ ପିଡ଼ବ୍ଲୁଡ଼ି ରାସ୍ତାର ପାର୍ଶ୍ଵ ଖୋଳିଦେଇ ସଠିକ ଭାବରେ ଏହା ମାଟିଫିଲପ ନକରି କଂକ୍ରିଟରେ ମରାମତି କରାଯାଉନାହିଁ, କେତେକାଂଶ ସ୍ଥାନରେ ଉପରେଉପରେ ମଧ୍ୟ ପାଇପ ବିଛାଇ ଦିଆଯାଉଛି ଏବଂ ଏସବୁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେବାସହ ବିପଦପୂର୍ଣ୍ଣ ଭାବରେ ଛାଡିଦେଇ ଠିକାଦାର ଛୁ ମାରୁଛନ୍ତି ଏବଂ ସାତମାଇଲ ନିକଟରେ ହେଉଥିବା ପାଣିଟାଙ୍କି କାର୍ଯ୍ୟ ମଧ୍ୟ ନିମ୍ନମାନର ଏଥିରେ ଉପଯୁକ୍ତ ପରିମାଣରେ ବାଲି, ସିମେଣ୍ଟ, ଚିପ୍ସ, ରଡ଼ ଇତ୍ୟାଦି ବ୍ୟବହୃତ ହେଉନଥିବା ଜଣାପଡୁଛି ।ସେହିପରି ପୂର୍ବସରକାରଙ୍କ ଅମଳରେ ୩୯କୋଟିଟଙ୍କାର ବ୍ୟୟମଞ୍ଜୁରୀ ହୋଇ ଦୁଇବର୍ଷ ପୂର୍ବରୁ ଆରମ୍ଭ ହୋଇ ନିକଟରେ ମରାମତି ସରିଥିବା ହିନ୍ଦୋଳ-ଗୁଡ଼ିଆକାଟେଣୀ ମୁଖ୍ୟରାସ୍ତାର ପାର୍ଶ୍ୱସବୁ ଖରାପ ହୋଇଯାଇ ପଥଚାରି, ଛୋଟବଡ଼ ଗାଡି ଓ ଗୃହପାଳିତ, ଛାତ୍ରଛାତ୍ରୀ, ପଶୁଙ୍କ ପାଇଁ ବିପଦ ସୃଷ୍ଟି କରିବାସହ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି।ତେବେ ଠିକାଦାରଙ୍କ ମୁଣ୍ଡରେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହାତ ରହିଥିବା ଓ ମୋଟାଅଙ୍କରେ ପିସି ନେଇ ପକେଟ ଗରମ ହେଉଥିବାରୁ ଆଗକୁ ଏହି ପ୍ରକଳ୍ପର ସ୍ଥାୟୀତ୍ୱ ନେଇ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ମେଗାପାନୀୟଜଳ ପ୍ରକଳ୍ପ ବିଭାଗୀୟ ଏକଜ୍ୟୁକେଟିଭ ଇଞ୍ଜିନିଅର,ଏସଡ଼ିଓ,ଜେଇ ମାନେ ଏସବୁ ଦେଖି ନଜାଣିଲା ପରି ଆଖିବୁଜିଦେବା ଜନସାଧାରଣଙ୍କ ମନରେ ଆହୁରି ସନ୍ଦେହ ଦ୍ବିଗୁଣିତ କରିବାସହ ତୁରନ୍ତ ଖୋଳାଯାଇଥିବା ରାସ୍ତା ପାର୍ଶ୍ଵ ଉଚିତମାନରେ ମରାମତି କରାଯିବା ନିମନ୍ତେ ହିନ୍ଦୋଳ, ଖଜୁରିଆକଟା ଓ ରସୋଳ ଅଞ୍ଚଳବାସି ଦାବି କରିଛନ୍ତି।

new life
You might also like
error: Content is protected !!